30.6 C
Bhubaneswar
Friday, July 10, 2026
Homeଦେଶ ବିଦେଶରାଜସ୍ଥାନରେ ଅଦିନିଆ ରଥଯାତ୍ରା ବନ୍ଦ

ରାଜସ୍ଥାନରେ ଅଦିନିଆ ରଥଯାତ୍ରା ବନ୍ଦ

ରାଜସ୍ଥାନ: ରାଜସ୍ଥାନରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ନେଇ ଉଠିଥିବା ବିବାଦରେ ଆସିଛି ନୂଆ ମୋଡ଼ । ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହୋଇଛି ରଥଯାତ୍ରା । ଆଜି ଆୟୋଜିତ ହେବାକୁ ଥିବା ଏହି ରଥଯାତ୍ରାକୁ ସିକର ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକାଯାଇଥିବା ଜଣାପଡ଼ିଛି । ଏନେଇ ସିକର ଜିଲ୍ଲାପାଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ରଥଯାତ୍ରା ବନ୍ଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି ।ସୂଚନା ଅନୁସାରେ, ବିଶ୍ବ ସନାତନ ଧର୍ମ ସେବା ସଂଗଠନ ପକ୍ଷରୁ ରାଜସ୍ଥାନରେ ଏହି ରଥଯାତ୍ରା ଆୟୋଜନ କରାଯିବାର ଥିଲା କିନ୍ତୁ ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ବାହାରେ ରଥଯାତ୍ରା ଆୟୋଜନକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ଏହି ଘଟଣା ସମ୍ପର୍କରେ ସିକର ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି । ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ନୀତିକାନ୍ତି ସହ ଜଡ଼ିତ ରଥଯାତ୍ରାକୁ ନେଇ ସବୁବେଳେ ଭକ୍ତଙ୍କ ମଧ୍ୟରେ ଭାବନା ରହିଥାଏ । ଏଭଳି ସ୍ଥିତିରେ ରାଜସ୍ଥାନର ଏହି ଅଦିନିଆ ରଥଯାତ୍ରା ବନ୍ଦ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking