30 C
Bhubaneswar
Wednesday, July 8, 2026
Homeଅପରାଧ୨୪ ଘଣ୍ଟା ମଧ୍ୟରେ ସଦର ଥାନା ହତ୍ୟା ମାମଲାର ପର୍ଦ୍ଦାଫାସ; ୮ ଅଭିଯୁକ୍ତ ଗିରଫ

୨୪ ଘଣ୍ଟା ମଧ୍ୟରେ ସଦର ଥାନା ହତ୍ୟା ମାମଲାର ପର୍ଦ୍ଦାଫାସ; ୮ ଅଭିଯୁକ୍ତ ଗିରଫ

ନୟାଗଡ଼: ନୟାଗଡ଼ ସଦର ଥାନା ଅଞ୍ଚଳରେ ଘଟିଥିବା ହତ୍ୟା ମାମଲାର ପର୍ଦ୍ଦାଫାସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିବାରେ ନୟାଗଡ଼ ପୋଲିସ ସଫଳ ହୋଇଛି। ଏସପି ଙ୍କ ତତ୍ତ୍ୱାବଧାନରେ ଗଠିତ ସ୍ୱତନ୍ତ୍ର ଟିମ୍ ଏହି ମାମଲାର ତଦନ୍ତ କରି ମାତ୍ର ୨୪ ଘଣ୍ଟା ମଧ୍ୟରେ ଘଟଣାର ପର୍ଦ୍ଦାଫାସ କରିଛି। ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ତଦନ୍ତ ସମୟରେ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ପୋଲିସ ଜବତ କରିଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ମାମଲାର ଅଧିକ ତଦନ୍ତ ଜାରି ରହିଛି ଏବଂ ଅପରାଧୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନୟାଗଡ଼ ପୋଲିସ ସଦା ପ୍ରତିବଦ୍ଧ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking