29.4 C
Bhubaneswar
Friday, July 17, 2026
Homeଦେଶ ବିଦେଶ"ଶୀଘ୍ର ଅନଶନ ଶେଷ କରନ୍ତୁ"- ସୋନମ ୱାଙ୍ଗଚୁକଙ୍କୁ ଆମିର ଖାନଙ୍କ ବାର୍ତ୍ତା

“ଶୀଘ୍ର ଅନଶନ ଶେଷ କରନ୍ତୁ”- ସୋନମ ୱାଙ୍ଗଚୁକଙ୍କୁ ଆମିର ଖାନଙ୍କ ବାର୍ତ୍ତା

ନୂଆଦିଲ୍ଲୀ : ପ୍ରସିଦ୍ଧ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କ ଚାଲିଥିବା ଅନଶନକୁ ନେଇ ବଲିଉଡ୍ ଅଭିନେତା ଆମିର ଖାନ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି। ବ୍ରିଟିଶ୍ ଫିଲ୍ମ ଇନଷ୍ଟିଟ୍ୟୁଟରେ କଥାହେବା ବେଳେ ସେ କହିଛନ୍ତି, ଆମେ ସମସ୍ତେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ । ଆମର ଆଶା ଏହା ଯେ ସେ ଶୀଘ୍ର ନିଜ ଅନଶନ ଶେଷ କରିବେ ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ । ଏହି ସମୟରେ ଆମିର ଖାନ ‘3 Idiots’ ଫିଲ୍ମର ‘ରାଞ୍ଚୋ’ ଚରିତ୍ରକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ରାଞ୍ଚୋ ଚରିତ୍ର ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ବୋଲି କୁହାଯାଉଥିବା କଥା ସତ ନୁହେଁ । ଫିଲ୍ମ ତିଆରି ସମୟରେ ଆମେ ସୋନମ ୱାଙ୍ଗଚୁକଙ୍କୁ ଜାଣି ନଥିଲୁ ।ଆମିର କହିଛନ୍ତି, ସୋନମ ୱାଙ୍ଗଚୁକ ସମାଜ ପାଇଁ ଯେଉଁ କାମ କରୁଛନ୍ତି, ତାହା ପ୍ରଶଂସନୀୟ । କିନ୍ତୁ ତାଙ୍କ କାମକୁ ସମ୍ମାନ ଦେବା ପାଇଁ ‘3 Idiots’ର ରାଞ୍ଚୋ ଚରିତ୍ର ତାଙ୍କ ଉପରେ ଆଧାରିତ ବୋଲି କହିବା ଠିକ୍ ନୁହେଁ । ସେ କେବଳ ସଠିକ୍ ସୂଚନା ଦେବା ପାଇଁ ଏହି କଥା ସ୍ପଷ୍ଟ କରିଥିବା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking