ପୁରୀ: ବଡଦାଣ୍ଡର ବୁକୁ ଉପରେ ଧୀରେ ଧୀରେ ଆଗକୁ ବଢୁଛି , ଆଉ ସେହି ଦୃଶ୍ୟ ସହ ଭାବବିହ୍ୱଳ ହୋଇପଡୁଛନ୍ତି ଲକ୍ଷ ଲକ୍ଷ ଭକ୍ତ । କାହା ଆଖିରେ ହସର ଲୁହ, କାହା ଓଠରେ ଅପାର ହସ, ତ ଆଉ କାହାର ହୃହୟରେ ଅକୁହା ବେଦନା । ଭକ୍ତ. ଭାବ ଓ ବିଶ୍ୱାସର ଏହି ଅପୂର୍ବ ସଙ୍ଗମ ହିଁ ରଥଯାତ୍ରାର ପ୍ରକୃତ ମହିମା । ମହାପ୍ରଭୁଙ୍କ ଏକ ଝଲକ ମହିମା ଦର୍ଶନ ପାଇବା ମାତ୍ରେ ଅନେକ ଭକ୍ତଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଛି । ମନେ ହେଉଛି ସମୟ ଯେପରି କିଛିକ୍ଷଣ ପାଇଁ ଥମି ଯାଇଛି । ଚକାନୟନ ର ସେହି ଦିବ୍ୟ ଦୃଷ୍ଟିରେ ସମସ୍ତେ ନିଜକୁ ହଜାଇ ଦେଉଛନ୍ତି । ଆଉ ସେହି କ୍ଷଣରେ ସଂସାରର ସମସ୍ତ ଦୁଃଖ , ଯନ୍ତ୍ରଣା ଓ ଚିନ୍ତା ଯେପରିକି କ୍ଷଣିକ ପାଇଁ ଦୂରେଇ ଯାଉଛି ।










