ପୁରୀ: ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥ । ବଡଦାଣ୍ଡ ଆଜି ପାଲଟିଛି ଭକ୍ତି ଓ ବିଶ୍ୱାସ ର ମହାସମୁଦ୍ର । ଯେଉଁଆଡେ ଚାହିଁବେ , ସେଠାରେ କେବଳ ଭକ୍ତଙ୍କ ସମାଗମ । ଦେଶର କୋଣ ଅନୁକୋଣରୁ , ବିଦେଶରୁ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁ ଧାଇଁ ଆସିଛନ୍ତି କେବଳ ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇଁ । ଭକ୍ତଙ୍କ ମନରେ ଗୋଟିଏ ମାତ୍ର ଆକାଂକ୍ଷା—ଥରେ ପ୍ରଭୁଙ୍କୁ ଆଖିଭରି ଦେଖି ମନକୁ ଶାନ୍ତି ଦେବେ, ଜୀବନର ସବୁ କ୍ଳାନ୍ତିକୁ ଭୁଲିଯିବେ । ଏହି ଦିବ୍ୟ ମୁହୂର୍ତ୍ତର ସ୍ମୃତି ସାରା ଜୀବନ ପାଇଁ ସେମାନଙ୍କ ହୃଦୟରେ ଅମର ହୋଇ ରହିବ । ଭକ୍ତ ଓ ଭଗବାନଙ୍କ ଏହି ମହାମିଳନ କେବଳ ଏକ ପର୍ବ ନୁହେଁ, ଏହା ଆସ୍ଥା, ବିଶ୍ୱାସ ଓ ଆଧ୍ୟାତ୍ମିକତାର ଏକ ଅନନ୍ୟ ଅନୁଭୂତି, ଯାହାକୁ ଶବ୍ଦରେ ନୁହେଁ, କେବଳ ହୃଦୟରେ ଅନୁଭବ କରାଯାଇପାରେ ।










