29.4 C
Bhubaneswar
Friday, July 17, 2026
Homeଦେଶ ବିଦେଶମନରେଗା କାର୍ଡଧାରୀଙ୍କୁ ନୂଆ ପରିଚୟ: ଜାରି ହେବ ଅନ୍ତରୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ

ମନରେଗା କାର୍ଡଧାରୀଙ୍କୁ ନୂଆ ପରିଚୟ: ଜାରି ହେବ ଅନ୍ତରୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ

ନୂଆଦିଲ୍ଲୀ: ମନରେଗା ହିତାଧିକାରୀଙ୍କ ପାଇଁ ଆସିଛି ନୂଆ ବ୍ୟବସ୍ଥା । ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମହାନଗର ଅଞ୍ଚଳର ଡିସିପିମାନଙ୍କୁ ଏନେଇ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ ମନରେଗା କାର୍ଡଧାରୀଙ୍କ ପାଇଁ ଅନ୍ତରୀଣ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ଜାରି କରାଯିବ । ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ଜବକାର୍ଡଧାରୀମାନେ ନିଜର ଇ- କେୱାଇସି ପ୍ରକ୍ରିୟା ସମ୍ପୁର୍ଣ୍ଣ କରିଛନ୍ତି । ସେମାନଙ୍କର ଜବ କାର୍ଡ ବୈଧ ଭାବେ ଗଣାଯିବ । ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ପରିଚୟ ନିଶ୍ଚିତ ହେବା ସହ ଯୋଜନାରେ ସ୍ୱଚ୍ଛତା ଆସିବ ବୋଲି ସରକାର ଆଶା କରୁଛନ୍ତି । ସେହିପରି ଯେଉଁ କାର୍ଡଧାରୀଙ୍କ ଇ- କେୱାଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ବାକି ରହିଛି, ସେମାନଙ୍କୁ ଶୀଘ୍ର ଏହା ସମ୍ପୁର୍ଣ୍ଣ କରାଇବା ପାଇଁ ଜିଲ୍ଲା ପ୍ରଶାସନକୁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି । ଏହାଦ୍ୱାରା ଯୋଜନାର ସୁବିଧା ସଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ସହ ଭୂଆ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହଜ ହେବ । ସରକରାଙ୍କ ଏହି ପଦକ୍ଷେପ ମନରେଗା ବ୍ୟବସ୍ଥାକୁ ଅଧିକ , ସ୍ୱଚ୍ଛ ଡିଜିଟାଲ ଓ ଦାୟିତ୍ୱବୋଧପୂର୍ଣ୍ଣ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ମନେ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking