33.2 C
Bhubaneswar
Monday, July 27, 2026
Homeଓଡିଶାସାଳନ୍ଦୀ ନଦୀରେ ବନ୍ୟା ବିଭୀଷିକା

ସାଳନ୍ଦୀ ନଦୀରେ ବନ୍ୟା ବିଭୀଷିକା

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି । ହଦଗଡ଼ ଡ୍ୟାମ୍‌ରୁ ୧୫ଶହ କ୍ୟୁସେକ୍‌ ଜଳ ଛଡ଼ା ଯିବା ପରେ ତଳିଆ ଅଂଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଲଞ୍ଜାତରା ଠାରେ ୬୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ବିଲଣା, ବାରୋ, କୁବେରା ଆଦି ପଂଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି । ଏହା ଦ୍ୱାରା ଚାଷୀଙ୍କ ଧାନ ତଳି ସବୁ ନଷ୍ଟ ହୋଇ ଯାଇଛି ।ରୁଆ ଧାନ ନଷ୍ଟ ହୋଇ ଥିବା ବେଳେ ଧାନ ତଳି ମଧ୍ୟ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ସେପଟେ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସାଳନ୍ଦୀ କେନାଲ ଡିଭିଜନ ପକ୍ଷରୁ ବାଲି ବସ୍ତା ବଲା ପିଟା ଜାଇ ମରାମତି ଆରମ୍ଭ କରାଯାଇଛି । ତେବେ ନଦୀ ବନ୍ଧ ଠିକ ଭାବେ ମରାମତି ହୋଇ ନଥିବାରୁ ଏଠାରେ ଘାଇ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking