33.2 C
Bhubaneswar
Monday, July 27, 2026
Homeଓଡିଶାଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫଓ

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫଓ

ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃମାମଲାରେ ତତ୍କାଳୀନ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍‌ଙ୍କ(SDJM) ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଅଦାଲତଙ୍କ ପକ୍ଷରୁ ଜାରି ହୋଇଥିବା ଗିରଫ ପରୱାନା ପରେ ସେ ନିଜ ଓକିଲଙ୍କ ଜରିଆରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।ଏସଡିଜେଏମ୍‌ଙ୍କ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସଂଗ୍ରାମ ଜିଲା ଓ ଦୌରାଜଜଙ୍କ ଅଦାଲତରେ ଜାମିନ ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ଏହାକୁ ନେଇ ଅଦାଲତରେ ଆଇନଗତ ପ୍ରକ୍ରିୟା ଜାରି ରହିଛି।

ସୂଚନାଯୋଗ୍ୟ, ସଂଗ୍ରାମ କେଶରୀ ବେହେରାଙ୍କ ପକ୍ଷରୁ ଦାଖଲ ହୋଇଥିବା ମାମଲାରେ ଓଡ଼ିଶା ହାଇକୋର୍ଟ ଗତ ୧୪ ଜୁଲାଇ ୨୦୨୬ରେ ତାଙ୍କୁ ତଳ ଅଦାଲତରେ ଆତ୍ମସମର୍ପଣ ପାଇଁ ଆଉ ଦୁଇ ସପ୍ତାହ ସମୟ ଦେଇଥିଲେ। ଏପରିକି ଜାମିନ ଆବେଦନ ଉପରେ ସେହି ଦିନ ବିଚାର କରିବାକୁ ତଳ ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ।୨୦୨୧ରେ ଗଜପତି ଜିଲାରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ (ଏସିଏଫ) ସୋମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେହି ଘଟଣାକୁ ନେଇ ମାମଲାର ତଦନ୍ତ ଓ ଆଇନଗତ ପ୍ରକ୍ରିୟା ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking