33.2 C
Bhubaneswar
Monday, July 27, 2026
Homeଓଡିଶାନନ୍ଦନକାନନର ଶ୍ରେଷ୍ଠ ଜନ୍ତୁରକ୍ଷକ ପ୍ରଶାନ୍ତ ଗୌଡ଼ ଗୁରୁତର

ନନ୍ଦନକାନନର ଶ୍ରେଷ୍ଠ ଜନ୍ତୁରକ୍ଷକ ପ୍ରଶାନ୍ତ ଗୌଡ଼ ଗୁରୁତର

ଭୁବନେଶ୍ୱର: ନନ୍ଦନକାନନର ଶ୍ରେଷ୍ଠ ମା’ ଛେଉଣ୍ଡ ଶିଶୁ ପ୍ରାଣୀ ପାଳକ ପ୍ରଶାନ୍ତ ଗଉଡ଼ ମସ୍ତିଷ୍କ ଆଘାତରେ ଗୁରୁତର । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ମା’ ପରିତ୍ୟକ୍ତା ଓ ମା’ ଛେଉଣ୍ଡ ଶିଶୁ ପ୍ରାଣିମାନଙ୍କର ଶ୍ରେଷ୍ଠ ଲାଳନ ପାଳନରେ ସିଦ୍ଧହସ୍ତ ଥିଲେ ଜନ୍ତୁ ରକ୍ଷକ ପ୍ରଶାନ୍ତ ଗଉଡ । ଗତକାଲି ବଜ୍ରକାପ୍ତା ପ୍ରଜନନ କେନ୍ଦ୍ର ପରିସରର ଶୌଚାଳୟରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କାର୍ଯ୍ୟରତ ଫରେଷ୍ଟ ଗାର୍ଡ ତାଙ୍କୁ ଉଦ୍ଧାର କରି ଅଫିସ ଗାଡ଼ି ଯୋଗେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ରେନ ସ୍କାନିଙ୍ଗ କରାଯିବରୁ ଉଚ୍ଚ ରକ୍ତଚାପ କାରଣରୁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣା ପଡ଼ିଥିଲା । ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି ।

ପ୍ରଶାନ୍ତ ଗୌଡ ଏକାଧିକ ମା’ ଠାରୁ ଅଲଗା ହୋଇ ଅସିଥିବା ପ୍ରାଣୀ ଶାବକଙ୍କୁ ସଫଳତାର ସହ ଲାଳନ ପାଳନ କରି ଶ୍ରେଷ୍ଠ ଜନ୍ତୁ ରକ୍ଷକ ଭାବେ ପୁରସ୍କୃତ ହୋଇଛନ୍ତି । ନିରିହ ମା’ ଛେଉଣ୍ଡ ଶାଶୁ ପ୍ରାଣୀଙ୍କ ଲାଳନ ପାଳନ କରି ପ୍ରକାଶିତ ଓ ଚଳଚ୍ଚିତ୍ର ଗଣମାଧ୍ୟମରେ ବହୁଚର୍ଚିତ ହେବା ସହ ଲୋକପ୍ରିୟ ମଧ୍ୟ ହୋଇଛନ୍ତି । ତାଙ୍କ ଭଳି ଶ୍ରେଷ୍ଠ ପ୍ରବୀଣ ଓ ନିଷ୍ଠାପର ଜନ୍ତୁ ରକ୍ଷକଙ୍କ ଅକସ୍ମାତ ଦୁଦ୍ଦଶାରେ ନନ୍ଦନକାନନ କର୍ତୁପକ୍ଷ ଓ କର୍ମଚାରୀ ମର୍ମାହତ ହୋଇଛନ୍ତି । ସୁସ୍ଥ ହୋଇ ଫେରିବା ପାଇଁ ପ୍ରାର୍ଥନା କରିବା ସହ ବିଭାଗ ତରଫରୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗଇ ଦିଆଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking