ଭୁବନେଶ୍ୱର: ନିଟ ପ୍ରଶ୍ନପତ୍ର ମାମଲାକୁ ନେଇ ଦେଶବ୍ୟାପୀ ଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ ଏବଂ ଛାତ୍ର ମାନଙ୍କ ସମର୍ଥନରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ ଏବଂ ଶ୍ରୀ ଗାନ୍ଧୀଙ୍କ ଉପରେ କେନ୍ଦ୍ର ସରକାର ଇଙ୍ଗିତରେ ଅମାନୁଷିକ ବ୍ୟବହାର ତଥା ଓଡିଶା ରାଜଭବନ ଆଗରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଗିରଫ ଆଦି ବିଷୟକୁ କଂଗ୍ରେସ ଭବନଠାରେ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲେ l
ସାମ୍ପ୍ରତିକ ପ୍ରଶ୍ନପତ୍ର ଲିକ୍ ମାମଲା ଦେଶର କେବଳ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୁହେଁ, ବରଂ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏବଂ ସମସ୍ତ ଗଠନମୂଳକ ବିରୋଧୀ ନେତୃତ୍ୱଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ, ନିରାଶା ଓ କ୍ରୋଧ ସୃଷ୍ଟି କରିଛି। ବିଜେପି ନେତୃତ୍ୱାଧୀନ ସରକାର ଯେଭଳି ଭାବେ ଏହି ପ୍ରସଙ୍ଗକୁ ଏଡ଼ାଇ ଚାଲିଛନ୍ତି, ଉଦାସୀନ, ଦାୟିତ୍ୱହୀନ ଏବଂ ଅହଂକାରୀ ମନୋଭାବ ପ୍ରଦର୍ଶନ କରୁଛନ୍ତି, ତାହା ଇତିହାସରେ ଅତୁଳନୀୟ ଏବଂ ଏହି ସରକାର ଦେଶ ଶାସନ କରିବାର ସମସ୍ତ ନୈତିକ ଅଧିକାର ହରାଇଛନ୍ତି।ସାରା ଦେଶରେ ଛାତ୍ରଛାତ୍ରୀମାନେ ଏହା ବିରୋଧରେ ପ୍ରତିବାଦ କରିଛନ୍ତି ଏବଂ ଏହା ପରେ ବିରୋଧୀ ଦଳଗୁଡ଼ିକ ବିଭିନ୍ନ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇଛନ୍ତି, କାରଣ ସେମାନେ ସରକାରଙ୍କ ପାଇଁ ଆଇନା ସଦୃଶ। କଂଗ୍ରେସ ଦଳ ଗୁଜରାଟର କୋଟାରୁ ଆରମ୍ଭ କରି ନିକଟରେ ଦେହରାଦୁନ ପର୍ଯ୍ୟନ୍ତ ‘ଛାତ୍ରୋଁ କି ଗୁଞ୍ଜ’ (ଛାତ୍ରମାନଙ୍କର ଗର୍ଜନ) ସ୍ୱରୂପରେ ଏହି ସ୍ୱର ଉତ୍ତୋଳନ କରିଛି।
ସଂସଦ ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମରାଯାଇଛି, ଆହତ କରାଯାଇଛି ଏବଂ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଇଛି। ଛାତ୍ରୀମାନଙ୍କ ବସ୍ତ୍ରହରଣ କରାଯିବା ସହ ସେମାନଙ୍କୁ ଚୁଟି ଧରି ଘୋଷାରି ପ୍ରତାଡ଼ିତ କରାଯାଇଛି। ଏଥିରେ ସାମିଲ ଥିବା ଲୋକମାନେ ଥିଲେ ପୋଲିସ ଏବଂ ବିଜେପିର ଗୁଣ୍ଡା, ଯାହା ସେମାନଙ୍କ ହାତରେ ଲାଠି ଧରିଥିବା ଚେହେରାରୁ ସ୍ପଷ୍ଟ ଜଣାପଡ଼ୁଥିଲା। ଦିଲ୍ଲୀ ପୋଲିସ ଛାତ୍ରଛାତ୍ରୀମାନଙ୍କୁ ଭୟଭୀତ କରିବା ପାଇଁ ବଜରଙ୍ଗ ଦଳ ଏବଂ ଆରଏସଏସର ଗୁଣ୍ଡାମାନଙ୍କୁ ଭଡ଼ାରେ ଆଣିଥିଲା। ଏହି ଘଟଣାର ପୃଷ୍ଠଭୂମିରେ, ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳର ସାଂସଦମାନେ ଏକ ଧାରଣା ଦେଇଥିଲେ, ଯେଉଁଥିରେ ପ୍ରିୟଙ୍କା ଗାନ୍ଧୀ ଏବଂ ଅଖିଳେଶ ଯାଦବ ମଧ୍ୟ ସାମିଲ ହୋଇଥିଲେ। ସେମାନେ ଦୁଇଟି ଦାବି ଉପସ୍ଥାପନ କରିଥିଲେ – ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବା ବହିଷ୍କାର ଏବଂ ସଂସଦରେ ଏହି ବିଷୟରେ ଆଲୋଚନା। ଦିଲ୍ଲୀ ପୋଲିସ ବଳପ୍ରୟୋଗ କରି ସେମାନଙ୍କୁ ଥାନାକୁ ନେଇଯାଇଥିଲା ଏବଂ ରାହୁଲ ଜୀଙ୍କ ସମେତ ସମସ୍ତଙ୍କୁ ବେଆଇନ ଭାବେ ଅଟକ ରଖିଥିଲା।ଏସବୁ ଗୃହମନ୍ତ୍ରୀ ଭାବେ ଅମିତ ଶାହଙ୍କ ବିଫଳତାକୁ ଦର୍ଶାଉଛି, ଯେତେବେଳେ କି ମଣିପୁର ଏବଂ ଲଦାଖ ପ୍ରସଙ୍ଗରେ ମଧ୍ୟ ତାଙ୍କର ରେକର୍ଡ ଖରାପ ଥିଲା। ଉଭୟ ଅମିତ ଶାହ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ କରିବା ଏକ ମହାପାପ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଯଦି ଏହା ସତ୍ୟ, ତେବେ ମହାପାପୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ପଦରୁ ବିଦା କରନ୍ତୁ : କଂଗ୍ରେସ l ଶ୍ରୀ ମୋଦୀ ରାମ ମନ୍ଦିର ନିର୍ମାଣରେ ହୋଇଥିବା ଲୁଟ୍ ମାମଲାରେ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଭାବେ ୧୫୨ରୁ ଅଧିକ ଥର ପ୍ରଶ୍ନପତ୍ର ଲିକ୍ ଘଟଣାର ଅଧ୍ୟକ୍ଷତା କରିଥିବା ଯୋଗୁଁ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ଼ ପାପ କରିଛନ୍ତି। ଏହି ଦୁଇଜଣ ଶାସନରେ ରହିବାର ନୈତିକ ଅଧିକାର ହରାଇଛନ୍ତି। ପୁଣି ସେମାନେ ଅଭିଯୋଗ କରିଥିଲେ ଯେ, ଓଡ଼ିଶାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ଅନେକ ଉଦାହରଣ ଦେଇ ଆଲୋକପାତ କରିଛନ୍ତି। ଆନ୍ଦୋଳନକାରୀ ଛାତ୍ରଛାତ୍ରୀ, ରାହୁଲ ଗାନ୍ଧୀ ଓ ବିରୋଧୀ ଦଳର ସାଂସଦମାନଙ୍କ ସହ ପୋଲିସର ବର୍ବରତା ଏବଂ ପିସିସି ସଭାପତିଙ୍କୁ ଅଟକ ରଖିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହାକୁ ଏକ ଫାସିବାଦୀ ଆଭିମୁଖ୍ୟ ବୋଲି ଅଭିହିତ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଜାତୀୟ ପ୍ରବକ୍ତା ଡକ୍ଟର ହାମିଦ୍ ହୁସେନ୍, ଆରଜିପିଆରଏସ ଶ୍ରୀ ସୁଦର୍ଶନ ଦାସ ଏବଂ ପିସିସି ପ୍ରବକ୍ତା ସୋନାଲୀ ସାହୁ ଅଭିଭାଷଣ ଉପସ୍ଥାପନ କରିଥିଲେ l










