34 C
Bhubaneswar
Tuesday, June 16, 2026
Homeଓଡିଶାକଲେଜ ପ୍ରତିଷ୍ଠା ଦାବିରେ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଲେଜ ପ୍ରତିଷ୍ଠା ଦାବିରେ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି:  କଲେଜ ପ୍ରତିଷ୍ଠା ଦାବିରେ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର କୃଷି ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଶିଳ୍ପ ଅନୁଷ୍ଠାନ, କଣ୍ଟାବାଞ୍ଜିର ସାମଗ୍ରିକ ବିକାଶ ଭଳି ୧୫ ଦଫା ଦାବି ନେଇ ଆନ୍ଦୋଳନ କରାଯାଉଛି । ଆନ୍ଦୋଳନକାରୀ ମାନେ ଇନ୍ଦିରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।ବନ୍ଦ ପାଳନ ଯୋଗୁଁ ଗାଡ଼ି ମୋଟର ବନ୍ଦ ରହିଛି । ଦୋକାନ ବଜାର ବନ୍ଦ ରହିଛି । ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି । ଦଳମତ ନିର୍ବିଶେଷରେ ଏହି ଆନ୍ଦୋଳନକୁ ସମସ୍ତେ ସମର୍ଥନ କରୁଥିବା ଆନ୍ଦୋଳନକାରୀ ମାନେ କହିଛନ୍ତି । ଏଥିରେ କଣ୍ଟାବାଞ୍ଜି ସହରର ବିଭିନ୍ନ ଅନୁଷ୍ଠାନ ଓ ସଂଘ ସାମିଲ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking