ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ୧୨ ମୃତ । ଆମେରିକା ମିସୌରିରେ ଘଟିଛି ବିମାନ ଦୁର୍ଘଟଣା । ପାଇଲଟଙ୍କ ସମେତ ୧୧ ସ୍କାଏଡାଇଭରଙ୍କ ମୃତ୍ୟୁ ଘଟିଛି । ସ୍କାଏଡାଇଭିଂ କଂପାନୀ ଦ୍ୱାରା ଲିଜରେ ନିଆଯାଇଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସ୍ଥାନୀୟ ସମୟ ରବିବାର ଦିନ ୧୧ଟା ୨୦ରେ ବିମାନଟି ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ଭିତରେ ଏହା କ୍ରାସ ହୋଇଥିଲା । ଫଳରେ ବିମାନରେ ଥିବା ସମସ୍ତ ୧୧ ସ୍କାଏଡାଇଭର ଏବଂ ପାଇଲଟଙ୍କ ମୃତ୍ୟୁ ଘଟିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି ।










