35.9 C
Bhubaneswar
Friday, June 19, 2026
Homeଓଡିଶାସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ମୃତ

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ପୋକୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ବଚସାରୁ ସାନ ଭାଇ ଟାଙ୍ଗିଆରେ ହାଣି ବଡ ଭାଇକୁ ହତ୍ୟା କରିଛି । ସୁଚନା ମୁତାବକ, ମାଣିକେଯାଡି ପଞ୍ଚାୟତ ପୋକୁଣ୍ଡା ଗାଁର ଟିଟୁନ ସିଠ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ । ମଦ୍ୟପାନ କରି ଘରକୁ ଫେରିଥିବା ବେଳେ ଘର ଫାଟକ କେହି ଖୋଲି ନଥିଲେ । ଫଳରେ ସେ ପରିବାର ଲୋକଙ୍କୁ ଗାଳି କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ବିପିନ ସିଠ ଏକ ଟାଙ୍ଗିଆରେ ବଡ ଭାଇ ଟିଟୁନଙ୍କ ବେକକୁ ଚୋଟ ପକାଇ ଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସକାଳଏ ଖବର ପାଇ ପୁରୁଣାକୋଟ ଥାନା ପୋଲିସ ପୋକୁଣ୍ଡା ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ଅଭିଯୁକ୍ତ ବିପିନ କୁ ପୋଲିସ କାବୁ କରିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking