ନୂଆଦିଲ୍ଲୀ: ବିଶ୍ୱ ବଜାରରେ ହ୍ରାସ ପାଇଲା ଅଶୋଧିତ ତୈଳ ଦର । ୪ ପ୍ରତିଶତ ହ୍ରାସ ପାଇଛି କ୍ରୁଡ ଅଏଲ । ଇରାନ ସହ ଏକ ଐତିହାସିକ ଶାନ୍ତି ଚୁକ୍ତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ଅଶୋଧିତ ତୈଳ ଦର ଖସିଛି । ବ୍ୟାରେଲ ପିଛା ୮୪ ଡଲାରକୁ କମିଛି ଅଶୋଧିତ ତୈଳ ଦର । ଫଳରେ ଆଗକୁ ତେଲ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି । ଇରାନ- ଆମେରିକା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲା । ଏହାର ସିଧାସଳଖ ପ୍ରଭାବ ପଡିଥିଲା ଭାରତ ଉପରେ । କ୍ରୁଡ ଅଏଲ ଦର ବୃଦ୍ଧି ଯୋଗୁଁ ଦେଶରେ ବିଭିନ୍ନ ପର୍ଯ୍ୟାୟରେ ପେଟ୍ରୋଲ ଡିଜେଲ ମଧ୍ୟ ଦର ବଢିଥିଲା ।










