27.1 C
Bhubaneswar
Tuesday, September 1, 2026
Homeଓଡିଶାପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଯୋଗଦେଲେ ବିଜୟ କୁମାର ମିଶ୍ର

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଯୋଗଦେଲେ ବିଜୟ କୁମାର ମିଶ୍ର

ଭୁବନେଶ୍ୱର : ଭାରତୀୟ ରେଳ ଆକାଉଣ୍ଟସ ସର୍ଭିସ୍ (IRAS)ର ୧୯୯୧ ବ୍ୟାଚ୍‌ର ବରିଷ୍ଠ ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଯୋଗଦେଇଛନ୍ତି।ରେଳ ଆର୍ଥିକ ପରିଚାଳନା, ପ୍ରକଳ୍ପ ପରିଚାଳନା, ଟ୍ରେନ୍ ପରିଚାଳନା ଓ ପ୍ରଶାସନ କ୍ଷେତ୍ରରେ ୩୫ ବର୍ଷରୁ ଅଧିକ ବିବିଧ ଅଭିଜ୍ଞତା ସହ ଶ୍ରୀ ମିଶ୍ର ଭାରତୀୟ ରେଳବାଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିଆସିଛନ୍ତି। ବର୍ତ୍ତମାନ ସେ ପୂର୍ବତଟ ରେଳପଥର ପ୍ରମୁଖ ଆର୍ଥିକ ପରାମର୍ଶଦାତା (Principal Financial Adviser – PFA) ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ଏହି ପଦରେ ସେ ଆକାଉଣ୍ଟସ, ଫାଇନାନ୍ସ, ବଜେଟ୍ ପରିଚାଳନା ଏବଂ ଆଭ୍ୟନ୍ତରୀଣ ଅଡିଟ୍‌ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ନେତୃତ୍ୱ ଦେଉଛନ୍ତି। ପୂର୍ବତଟ ରେଳପଥ ଭାରତୀୟ ରେଳବାଇର ସର୍ବାଧିକ ଆୟକାରୀ ଜୋନ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ଏହାପୂର୍ବରୁ ଶ୍ରୀ ମିଶ୍ର ଉତ୍ତର-ପୂର୍ବାଞ୍ଚଳ ସୀମାନ୍ତ ରେଳବାଇର ତିନସୁକିଆ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (DRM) ଭାବେ କାର୍ଯ୍ୟ କରିଥିଲେ। ଭାରତୀୟ ରେଳବାଇର ଅନ୍ୟତମ ଚ୍ୟାଲେଞ୍ଜିଂ ମଣ୍ଡଳରେ ସେ ସଫଳତାର ସହ ପ୍ରଶାସନିକ ଓ ପରିଚାଳନାଗତ ଦାୟିତ୍ୱ ନିର୍ବାହ କରିଥିଲେ।

ଡେପୁଟେସନ୍ ସମୟରେ ସେ IRCON International Limitedର କୁଆଲାଲାମ୍ପୁର (ମାଲେସିଆ) ପ୍ରକଳ୍ପରେ ପ୍ରୋଜେକ୍ଟ ଫାଇନାନ୍ସ ହେଡ୍ ଭାବେ କାର୍ଯ୍ୟ କରି ଆନ୍ତର୍ଜାତୀୟ ସ୍ତରର ବୃହତ୍ ରେଳ ପ୍ରକଳ୍ପଗୁଡ଼ିକର ଆର୍ଥିକ ପରିଚାଳନାରେ ନେତୃତ୍ୱ ପ୍ରଦାନ କରିଥିଲେ। ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ, ଶ୍ରୀ ମିଶ୍ର ଆଇଆଇଟି (ISM), ଧନବାଦରୁ ଆପ୍ଲାଏଡ୍ ଜିଓଲୋଜିରେ ପୋଷ୍ଟଗ୍ରାଜୁଏଟ୍ ଡିଗ୍ରୀ ଏବଂ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ଲି କୁଆନ୍ ୟୁ ସ୍କୁଲ୍ ଅଫ୍ ପବ୍ଲିକ ପଲିସିରୁ ପବ୍ଲିକ ପଲିସିରେ ମାଷ୍ଟର୍ସ (MPP) ହାସଲ କରିଛନ୍ତି। ଏହା ସହିତ ସେ ଲଣ୍ଡନ ଓ ପ୍ୟାରିସର ୟୁରୋପୀୟ ସ୍କୁଲ୍ ଅଫ୍ ବିଜନେସରେ ଆର୍ଥିକ ପରିଚାଳନା ଏବଂ ଚୀନର ବେଜିଂ ଜିଆଓଟୋଙ୍ଗ ବିଶ୍ୱବିଦ୍ୟାଳୟରେ ହେଭି ହଲ୍ ରେଳ ଟେକ୍ନୋଲୋଜି ଉପରେ ଉନ୍ନତ ବୃତ୍ତିଗତ ପ୍ରଶିକ୍ଷଣ ମଧ୍ୟ ଗ୍ରହଣ କରିଛନ୍ତି। ଆର୍ଥିକ ପରିଚାଳନା, ରେଳ ପ୍ରଶାସନ, ପ୍ରମୁଖ ରେଳ ପ୍ରକଳ୍ପ ଏବଂ ପରିଚାଳନା କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ପୂର୍ବତଟ ରେଳପଥର କାର୍ଯ୍ୟକ୍ଷମତା, ଆର୍ଥିକ ପରିଚାଳନା ଏବଂ ପ୍ରଶାସନିକ ଦକ୍ଷତାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking