କଟକ: ରାତି ଡ୍ୟୁଟିରେ ମୁତୟନ ନିରାପତ୍ତାରକ୍ଷୀ ମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ କଟକ ତ୍ରିଶୁଳିଆସ୍ଥିତ Dion Riverfront ଆପାର୍ଟମେଣ୍ଟରେ ଏକ ବଡଧରଣ ଅଗ୍ନିକାଣ୍ଡ ଟଳିଛି । ଗତକାଲି ରାତି ୨ଟାରେ କୌଣସି କାରଣରୁ ଏକ ଫ୍ଲାଟର ଏସି ଆଉଟଡୋର ୟୁନିଟରେ ନିଆଁ ଲାଗିଥିଲା । ସେହି ସମୟରେ କାର୍ଯ୍ୟରତ ନିରାପତ୍ତାରକ୍ଷୀ ମାନେ ଅଧିକା ନିଆଁ ବ୍ୟାପିବା ପୂର୍ବରୁ ସଙ୍ଗେ ସଙ୍ଗେ ଅଗ୍ନିନିରାପକ ଯନ୍ତ୍ର ସାହାଯ୍ୟରେ ତାହାକୁ ଆୟତ୍ତ କରିଥିଲେ । ଚଳିତ ବର୍ଷ ଖରା ଦିନେ ଏସି ସର୍ଟ ସର୍କିଟ ଯୋଗୁ ବହୁ ଆପାର୍ଟମେଣ୍ଟରେ ନିଆଁ ଲାଗି ଧନ ଜୀବନ ହାନି ଦେଖିବାକୁ ମିଳୁଛି , କିନ୍ତୁ ଏଭଳି ସମୟରେ Dion Riverfront ନିରାପତ୍ତାରକ୍ଷୀ ମାନଙ୍କ ଏହି ସାଧୁ ଉଦ୍ୟମକୁ ଅନ୍ତେବାସୀ ବହୁ ପ୍ରଶଂସା କରିଛନ୍ତି ।










