ଖୋର୍ଦ୍ଧା: ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ । ଖୋର୍ଦ୍ଧା ବାଣପୁରରୁ ଆସିଛି ପୁଣି ଏକ ସାଙ୍ଘାତିକ ଅଭିଯୋଗ । ଉତ୍ତ୍ୟକ୍ତ ଲୋକେ ଜଣେ ଯୁବକକୁ ପିଟିପିଟି ମାରି ଦେଇଛନ୍ତି । ମୃତ ଯୁବକ ହେଲେ ବାଣପୁର ଭୀମପୁର ଗାଁର ତୋଫାନ ନାୟକ । ଚୋର ସନ୍ଦେହରେ ଗାଁ ଲୋକେ ତାଙ୍କୁ ବାନ୍ଧି ଦେଇଥିଲେ ଏବଂ ମାଡ଼ ମାରିଥିଲେ । ଯାହାର ଭିଡିଓ ଭାଇରାଲ୍ ହୋଇଥିଲା । ଏହା ପରେ ଏ ମାମଲାରେ ବାଣପୁର ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ପବିତ୍ର ରାଉତ ଓ ଶରତ କୁମାର ସ୍ବାଇଁକୁ ଗିରଫ କରାଯାଇଛି ।










