24.1 C
Bhubaneswar
Tuesday, November 17, 2026
Homeଓଡିଶାଚିଲିକାରେ ବେଆଇନ ଘେରି ଉପରେ ବୁଲିଲା ବୁଲଡୋଜର

ଚିଲିକାରେ ବେଆଇନ ଘେରି ଉପରେ ବୁଲିଲା ବୁଲଡୋଜର

ପୁରୀ : ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଜୋରଦାର ହୋଇଛି। ଶହ ଶହ ବେଆଇନ ଘେରିକୁ ଭାଙ୍ଗୁଛି ସ୍ଥାନୀୟ ପ୍ରଶାସନ। ବାହାର ଚିଲିକାରୁ ପ୍ରାୟ ୪ ହଜାର ୮୪୦ ଏକର ବେଆଇନ ଘେରି ଉଚ୍ଛେଦ କରାଯାଇଥିବା ସୂଚନା ମିଳିଛି। ଏବେ ବୋଟ୍‌ ଉପରେ ଜେସିବି ମେସିନ୍‌ ନେଇ ମଝି ଚିଲିକାରେ ମଧ୍ୟ ଉଚ୍ଛେଦ ଅଭିଯାନ ଜାରି ରହିଛି।ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ଅନ୍ତର୍ଗତ ସିପିଆ, ତିଛିଣି, କୁରୁପାଳ, ଅଁଳାକୁଦା, ନୂଆପଡ଼ା ଓ ଶିଆଳ ଗାଁ ଅଞ୍ଚଳରେ ଏହି ଅଭିଯାନ ଚାଲିଛି। କୃଷ୍ଣପ୍ରସାଦ ତହସିଲଦାରଙ୍କ ନେତୃତ୍ୱରେ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରାଯାଇଛି।ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ ପ୍ରଶାସନ ତତ୍ପର ହୋଇଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ପୁରୀ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।ଅନ୍ୟପଟେ, ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking