28.1 C
Bhubaneswar
Tuesday, June 30, 2026
Homeଓଡିଶାଜୁଲାଇ ୧ରୁ ଓଡ଼ିଶାରେ ସକ୍ରିୟ ହେବ ମୌସୁମୀ !

ଜୁଲାଇ ୧ରୁ ଓଡ଼ିଶାରେ ସକ୍ରିୟ ହେବ ମୌସୁମୀ !

 ଭୁବନେଶ୍ୱ  : ଓଡ଼ିଶାରେ ଦୁର୍ବଳ ଥିବା ମୌସୁମୀ ବର୍ଷା ଜୁଲାଇ ୧ରୁ ପୁଣି ସକ୍ରିୟ ହେବାକୁ ଯାଉଛି । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ବୁଧବାରଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡିର ସୂଚନା ଅନୁସାରେ, ବୁଧବାର ବରଗଡ଼, ମୟୂରଭଞ୍ଜ, ସୁବର୍ଣ୍ଣପୁର ଏବଂ ବଲାଙ୍ଗିର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୬୪.୫ ମି.ମି.ରୁ ୨୦୪.୪ ମି.ମି. ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।ସେହିପରି ଗୁରୁବାର ମୟୂରଭଞ୍ଜର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଏହି ସପ୍ତାହରେ ମୌସୁମୀ ସକ୍ରିୟ ରହିବ । ଏହାସହ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ଆହୁରି ବଢ଼ିପାରେ । ଏପଟେ ଜୁନ୍ ମାସରେ ରାଜ୍ୟରେ ମୌସୁମୀ ବର୍ଷା ଦୁର୍ବଳ ରହିଥିଲା । ଜୁନ୍ ୨୩ରୁ ୨୯ ମଧ୍ୟରେ ରାଜ୍ୟରେ ୬୦ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking