ନୂଆଦିଲ୍ଲୀ: ଆନ୍ଧ୍ରରେ ବେଶୀ କ୍ଷତି କରିବ ବାତ୍ୟା ‘ଅକୱାନ’। ବଡ ବଡ ଗଛ ଉପୁଡିବା ସହ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିପାରେ। ମାଟି ଘର, ଚାଳ ଛପର ଘର ମଧ୍ୟ ବିଶେଷ ପ୍ରଭାବିତ ହେବ। ବାତ୍ୟାର ଅବସ୍ଥିତି ଗତିପଥ ନେଇ ସୂଚନା ଦେଇଛନନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଜି ଭୀଷଣ ବାତ୍ୟାର ରୂପ ନେବା ବାତ୍ୟା ‘ଅକୱାନ’। ଦକ୍ଷିଣ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି ବାତ୍ୟା। ଘଣ୍ଟା ପ୍ରତି ୩ କିଲୋମିଟର ବେଗରେ ଆଗକୁ ବଢୁଛି। ବର୍ତ୍ତମାନ ଏହା ଚେନ୍ନାଇଠାରୁ ୬୧୦ କିଲୋମିଟର ଦୂର ଏବଂ ତ୍ରିକୋମାଲି ଠାରୁ ୬୩୦ କିଲୋମିଟର ଦୂରରେ ରହିଛି ।
ସେହିଭଳି ମଛିଲିପଟ୍ଟନମ ଠାରୁ ୬୬୦ କିଲୋମିଟର ଦୂର ଓ ବିଶାଖାପାଟନମ୍ ଠାରୁ ୬୭୦ରେ ରହିଛି । ଗୋପାଳପୁରର ୭୯୦ କିଲୋମିଟର ଦୂରରେ ରହିଛି ବାତ୍ୟା। ଆଜି ଭୀଷଣ ବାତ୍ୟାର ରୂପ ନେବା ପରେ ଅଧିକ ଘନୀଭୂତ ହେବ। ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ପରେ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନେଲୋର ଏବଂ ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନ ୧୪୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ବାତ୍ୟା ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷିବ। ୧୮ ତାରିଖରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ନେଇ ସତର୍କ ସୂଚନା।