28.3 C
Bhubaneswar
Monday, July 6, 2026
Homeଓଡିଶାଚମ୍ପୁଆରେ ଏନକାଉଣ୍ଟର: ନାସିଫ ଗୁରୁତର ଆହତ

ଚମ୍ପୁଆରେ ଏନକାଉଣ୍ଟର: ନାସିଫ ଗୁରୁତର ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅଞ୍ଚଳର ପତଳା ଜଙ୍ଗଲରେ ପୁଲିସ ଏନକାଉଣ୍ଟର ଘଟଣା ସାମ୍ନାକୁ ଆସିଛି । ପୁଲିସ କାର୍ଯ୍ୟାନୁଷ୍ଠାନରେ ଏମଡି ନାସିଫ ନାମକ ଜଣେ ଅପରାଧୀ ଗୁଳିବିଦ୍ଧ ହୋଇଛି। ତାଙ୍କର ଡାହାଣ ଗୋଡ଼ରେ ଗୁଳି ଲାଗିଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ତୁରନ୍ତ ତାଙ୍କୁ କେନ୍ଦୁଝର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ନାସିଫ ବିରୁଦ୍ଧରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅନେକ ଅପରାଧିକ ମାମଲା ରହିଛି। ଏହା ସହ ତାଙ୍କ ନାଁରେ ୩୦ରୁ ଅଧିକ ଚୋରି ମାମଲା ମଧ୍ୟ ରହିଛି ।ପୁଲିସ ସୂଚନା ଅନୁସାରେ, ଜଙ୍ଗଲରେ ଚେକିଂ ଓ ଧରପକଡ଼ ସମୟରେ ନାସିଫ ପୁଲିସ ଉପରକୁ ଗୁଳି ଚାଲାଇଥିଲା । ସେ ଦୁଇ ରାଉଣ୍ଡ ଗୁଳି ଫାଇର୍ କରି ଖସିଯିବାକୁ ଚେଷ୍ଟା କରିଥିଲା । ଏହାର ଜବାବରେ ପୁଲିସ ପକ୍ଷରୁ ଆତ୍ମରକ୍ଷାରେ ଗୁଳିଚାଳନା କରାଯାଇଥିଲା, ଯାହାରେ ସେ ଆହତ ହୋଇଥିଲା । ଏବେ ଘଟଣାସ୍ଥଳରେ ପୁଲିସ ତଦନ୍ତ ଜାରି ରଖିଛି ଏବଂ ଅଞ୍ଚଳରେ ସୁରକ୍ଷା ବଢ଼ାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking