ସମ୍ବଲପୁର: ଶିକ୍ଷାମନନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ଏନଏସୟୁଆଇ ପକ୍ଷରୁ ରାଲି କରାଯାଇଛି । ଏନଏସୟୁଆଇ ଇନଚାର୍ଜ କହ୍ନେୟା କୁମାରଙ୍କୁ ନେଇ ଆକ୍ରୋଶ ରାଲି ଦେଖାଯାଇଛି । ଧନକଉଡା ପଡିଆରେ କଂଗ୍ରେସ କର୍ମୀଙ୍କୁ ନେଇ ଆକ୍ରୋଶ ସମାବେଶ କରାଯାଇଛି । ନିଟ ପ୍ରଶ୍ନପତ୍ର ଲିକ ମାମଲା ଏବଂ ସିବିଏସଇ ପରୀକ୍ଷା ପରିଚାଳନାରେ ତ୍ୁଟିର ପ୍ରତିବାଦ ନେଇ ବିକ୍ଷୋଭ । ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଅନ୍ୟ ନେତୃବୃନ୍ଦ ସାମିଲ ଅଛନ୍ତି ।










