26.7 C
Bhubaneswar
Friday, July 3, 2026
Homeଓଡିଶାଧସିଲା ବିଡ଼ାନାସୀ-ଧବଳେଶ୍ୱର ୬ ଲେନ୍ ରାସ୍ତା: ଯାତାୟାତ ପ୍ରଭାବିତ

ଧସିଲା ବିଡ଼ାନାସୀ-ଧବଳେଶ୍ୱର ୬ ଲେନ୍ ରାସ୍ତା: ଯାତାୟାତ ପ୍ରଭାବିତ

କଟକ: ଧସିଲା କଟକ ବିଡାନାସୀରୁ ଧବଳେଶ୍ୱର ରାସ୍ତା । ୬ ଲେନ ବିଶିଷ୍ଟ ଏହି ଧସିବା ଦ୍ୱାରା ଯାତାୟତ ପ୍ରଭାବିତ ହୋଇଛି । ଧବଳେଶ୍ୱର ବ୍ରିଜ ନିକଟରୁ ନିକଟରୁ ବିଡାନାସୀ ଚହଟା ଛକ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ନୂତନ ରାସ୍ତାର ଗୋଟିଏ ପାଶ୍ୱର୍ ଧସି ଯାଇଛି । କାମ ଚାଲିଥିବାରୁ ରାସ୍ତା ନଧସିବା ପାଇଁ ପ୍ରୋଟେକ୍ସନ ୱାଲ ଦିଆଯାଇଥିଲା ହେଲେ ରାସ୍ତା ଧସିବା ଶହ ପ୍ରୋଟେକ୍ସନ ୱାଲ ବି ଧସିଯାଇଛି । ନିମ୍ନମାନର କାମ ଯୋଗୁଁ ରାସ୍ତା ଧସିଥିବା ଅଭିଯୋଗ ହୋଇଛି । କେଉଁ ପରିସ୍ଥିତି ରେ ରାସ୍ତା ଧସିଲା ଏବଂ କାହିଁକି ଏପରି ଘଟିଲା ତାକୁ ନେଇ ତନାଘନା ଆରମ୍ଭ ହୋଇଛି । ଘଟଣାସ୍ଥଳରେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅନୁଧ୍ୟାନ କରିଛନ୍ତି । ପୂର୍ତ୍ତ ବିଭାଗର ଏସଡିଓ ଏବଂ ଅନ୍ୟ ଅଧିକାରୀ ମାନେ ପହଞ୍ଚି ମରାମତି କାମ ଆରମ୍ଭ କରିଛନ୍ତି । ଅଢେଇ କିଲୋ ମିଟର ରାସ୍ତା ପାଇଁ କୋଟି କୋଟି ଟଙ୍କାର କାମ ଚାଲିଛି । ହେଲେ ରାସ୍ତା ନିର୍ମାଣ କାମ ଚାଲିଥିବାବେଳେ ନିମ୍ନମାନର କାମ ଯୋଗୁଁ ଏପରି ଧସିଥିବା ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking