32.7 C
Bhubaneswar
Saturday, June 27, 2026
Homeଓଡିଶାଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର: ବିଜେଡି

ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର: ବିଜେଡି

ଯୁଗ୍ମ ବୈଷୟିକ କମିଟିର ତଥ୍ୟ ବାସ୍ତବତାରୁ ବହୁ ଦୂରରେ
ଛତିଶଗଡ ଦାବିକୁ ମାନିନେଲେ ଓଡିଶା ବିଜେପି ସରକାର
ମହାନଦୀ ଜଳ ବିବାଦରେ ଓଡିଶା ସରକାରଙ୍କ ପ୍ରତିବଦ୍ଧତା କୁଆଡେ ଗଲା?

ଭୁବନେଶ୍ୱର:ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ ଓ କର୍ପୋରେଟ୍ ସଂସ୍ଥାଙ୍କ ସ୍ୱାର୍ଥରେ କାମ କରୁଛି ଓଡିଶା ବିଜେପି ସରକାର । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଗତ ମାସରେ ଯୁଗ୍ମ ବୈଷୟିକ କମିଟି ଦେଇଥିବା ରିପୋର୍ଟ ଓଡିଶାର ସ୍ୱାର୍ଥ ବିରୋଧରେ ଯାଉଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଶ୍ରୀ ରୋହିତ ପୂଜାରୀ ଓ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ଗତବର୍ଷ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଏବଂ ଗତ ମାସରେ ଟି୍ରବୁ୍ୟନାଲରେ ଦାଖଲ ହୋଇଥିବା ତଥ୍ୟ ମଧ୍ୟରେ କୌଣସି ତାଳମେଳ ନାହିଁ । ଶ୍ରୀ ବକ୍ସିପାତ୍ର କହିଥିଲେ ଯେ, ଛତିଶଗଡ ଏବଂ କର୍ପୋରେଟ୍ ସଂସ୍ଥାମାନଙ୍କୁ ସୁହାଇଲା ଭଳି ଭୂମିକା ଓଡିଶା ସରକାର ନେବା ଦୁର୍ଭାଗ୍ୟଜନକ । ଟି୍ରବୁ୍ୟନାଲ ନିକଟରେ ଗତ ମାସରେ ଯୁଗ୍ମ ବୈଷୟିକ କମିଟି ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ, ମହାନଦୀର ଅବବାହିକାରେ ୬୨.୩୬ ନିୟୁତ ଏକର ଫୁଟ୍ ପାଣି ଉପଲବ୍ଧ ଅଛି, ଛତିଶଗଡ ଓ ଓଡିଶା ସୀମାନ୍ତରେ ୨୮.୪୮, ହୀରାକୁଦ ନିକଟରେ ୩୨.୮୩ ଓ ନରାଜ ନିକଟରେ ୫୬.୨୯ ନିୟୁତ ଏକର ଫୁଟ ପାଣି ଉପଲବ୍ଧ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଓଡିଶାରେ ମହାନଦୀରେ ପ୍ରଚୁର ପାଣି ରହିଛି ଏବଂ ଛତିଶଗଡ ସହିତ ବିବାଦର କୌଣସି ଯର୍ଥାଥତା ନାହିଁ । ଏହି ରିପୋର୍ଟକୁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଅପରପକ୍ଷରେ ୨୦୨୫ ଅଗଷ୍ଟ ୨୫ତାରିଖରେ ଓଡିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ମହାନଦୀର ଉପରମୁଣ୍ଡରେ ଛତିଶଗଡ ବନ୍ଧ ବାନ୍ଧିବା କାରଣରୁ ଅଣମୌସୁମୀ ସମୟରେ ଓଡିଶାରେ ଜଳ ପ୍ରବାହ ହ୍ରାସ ପାଇଛି । ସରକାରକୁ ଆସିଲା ପରେ ତୁରନ୍ତ ମହାନଦୀ ଜଳ ବଣ୍ଟନ ସମସ୍ୟା ସମାଧାନ କରିଦେବୁ ବୋଲି ବାହାସ୍ପୋଟ ମାରୁଥିବା ବିଜେପି ସରକାର ଆଜି ଛତିଶଗଡ ନିକଟରେ ମୁଣ୍ଡ ବିକିଦେଇଛି । ତୁରନ୍ତ ରାଜ୍ୟ ସରକାର ଏ ସଂପର୍କରେ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ।

ଅନ୍ୟପଟେ ଶ୍ରୀ ପୂଜାରୀ କହିଥିଲେ, ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଲକ୍ଷାଧିକ ସ୍ଥାନୀୟ ବାସିନ୍ଦା ବିସ୍ଥାପିତ ହୋଇଥିଲେ । ଆଜି ସୁଦ୍ଧା ସେମାନଙ୍କ ସମସ୍ୟାର ସମାଧାନ ହୋଇନଥିବା ବେଳେ ରାଜ୍ୟ ବିଜେପି ସରକାର, ଟି୍ରବୁ୍ୟନାଲ ନିକଟରେ ଓଡିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛି । ଚୁଟ୍କିରେ ସମାଧାନ ହେଇଯିବ ବୋଲି କହୁଥିବା ରାଜ୍ୟ ବିଜେପି ସରକାର ଆଜି ଓଡିଶାର ସ୍ୱାର୍ଥ ଟି୍ରବୁ୍ୟନାଲ ନିକଟରେ ସଠିକ୍ ଢଙ୍ଗରେ ଉପସ୍ଥାପନ କରିବା ପରିବର୍ତ୍ତେ ଛତିଶଗଡ ଦେଇଥିବା ତଥ୍ୟକୁ ସ୍ୱୀକାର କରିନେଇଛି । ୨୦୧୮ ମସିହାରେ ତତ୍କାଳୀନ ବିଜେଡି ସରକାର ସୁପି୍ରମକୋର୍ଟ ଓ ଟି୍ରବୁ୍ୟନାଲରେ ଛତିଶଗଡ ମହାନଦୀରେ ପାଣି ଅଟକାଇବା ନେଇ ଦୃଢ ଦାବି ଉପସ୍ଥାପନ କରିଥିଲା ବେଳେ ବର୍ତ୍ତମାନର ବିଜେପି ସରକାର ଛତିଶଗଡ ଦେଇଥିବା ତଥ୍ୟକୁ ଯୁଗ୍ମ ବୈଷୟିକ କମିଟି ନିକଟରେ ଅନୁମୋଦନ କରି ଓଡିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି । ମହାନଦୀ ଶୁଖିଲା ପଡିଥିଲା ବେଳେ ପର୍ଯ୍ୟାପ୍ତ ପାଣି ଉପଲବ୍ଧ ଅଛି ବୋଲି ଟି୍ରବୁ୍ୟନାଲ ନିକଟରେ ସହମତି ପ୍ରକାଶ କରିବା, ଡବଲ ଇଂଜିନ ସରକାରର ରାଜ୍ୟବାସୀଙ୍କ ପ୍ରତି ଚରମ ଉପହାସ ବୋଲି ବିଜେଡି କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking