33.3 C
Bhubaneswar
Thursday, July 2, 2026
Homeଓଡିଶାମର୍ମନ୍ତୁଦ ଦୁର୍ଘଟଣା : ହାଇୱା ଧକ୍କାରେ ବାଇକ ଆରୋହୀ ମୃତ

ମର୍ମନ୍ତୁଦ ଦୁର୍ଘଟଣା : ହାଇୱା ଧକ୍କାରେ ବାଇକ ଆରୋହୀ ମୃତ

ଗଞ୍ଜାମ:  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା କଲେଜ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱା ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ହେଲେ ନାଇଡୁପଲ୍ଲୀ ଗ୍ରାମର ବାବୁ ସାସମଲ । ସୂଚନା ଅନୁଯାୟୀ, ବାବୁ ନିଜ ବାଇକରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।କ୍ଷୁବ୍ଧ ସ୍ଥାନୀୟ ଲୋକେ ପୁରୁଷୋତ୍ତମପୁର–ବ୍ରହ୍ମପୁର ମୁଖ୍ୟ ସଡ଼କ ଅବରୋଧ କରି ପ୍ରତିବାଦ କରିଥିଲେ । ଫଳରେ କିଛି ସମୟ ପାଇଁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ପୁରୁଷୋତ୍ତମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking