33.3 C
Bhubaneswar
Thursday, July 2, 2026
Homeଓଡିଶାକନ୍ଧମାଳରେ ୨ ଦିନ ସ୍କୁଲ ଛୁଟି

କନ୍ଧମାଳରେ ୨ ଦିନ ସ୍କୁଲ ଛୁଟି

କନ୍ଧମାଳ: କନ୍ଧମାଳ ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲାପାଳ ବେଦଭୂଷଣ ଦୁଇ ଦିନ ଅର୍ଥାତ ଗୁରୁବାର ଓ ଶୁକ୍ରବାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପ୍ରଥମରୁ ଯୁକ୍ତ ୨ ପର୍ଯ୍ୟନ୍ତ ଏହି ଦୁଇଦିନ ବନ୍ଦ ରହିବ। ଏ ସଂକ୍ରାନ୍ତରେ ଚିଠି ଜିଲା ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ କରିଛନ୍ତି।ସୂଚନାଯୋଗ୍ୟ, ରାଜ୍ୟରେ ଲଗାଣ ମୌସୁମୀ ବର୍ଷା ଜାରି ରହିଥିବାବେଳେ ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗ ଓ ସମସ୍ତ ୟୁଏଲ୍‌ବିକୁ ଯେ କୌଣସି ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିଛନ୍ତି। ନାଗରିକଙ୍କ ସୁରକ୍ଷା ଏବଂ ନିରବଚ୍ଛିନ୍ନ ସେବା ଯୋଗାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking