30 C
Bhubaneswar
Tuesday, June 30, 2026
Homeଓଡିଶାସାର କଳାବଜାରୀ ପ୍ରତିବାଦରେ ରାଇଘରରେ କୃଷକଙ୍କ ବିକ୍ଷୋଭ

ସାର କଳାବଜାରୀ ପ୍ରତିବାଦରେ ରାଇଘରରେ କୃଷକଙ୍କ ବିକ୍ଷୋଭ

ନବରଙ୍ଗପୁର: ଖରିଫ ଚାଷ ଋତୁ ଆରମ୍ଭ ହୋଇଥିବାବେଳେ ସାରର କଳାବଜାରୀ ଏବଂ ଚାଷୀଙ୍କୁ ଅସାଧୁ ବ୍ୟବସାୟୀମାନେ ଶୋଷଣ କରୁଥିବା ଅଭିଯୋଗ ନେଇ ରାଇଘରରେ କୃଷକଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୃଷକ ସଂଘର ଆହ୍ୱାନରେ ଶତାଧିକ ଚାଷୀ କୃଷି କାର୍ଯ୍ୟାଳୟ ଘେରାଉ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ସାର ବଣ୍ଟନରେ ଅନିୟମିତତା, କୃତ୍ରିମ ଅଭାବ ସୃଷ୍ଟି କରି ଅଧିକ ଦାମରେ ସାର ବିକ୍ରି ଏବଂ ଚାଷୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଉଠାଇଛି କୃଷକ ସଂଘ । ଏହି ସମସ୍ୟାର ତୁରନ୍ତ ସମାଧାନ ଦାବି କରି କୃଷକ ପ୍ରତିନିଧିମାନେ ରାଇଘର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସାରର କଳାବଜାରୀ ରୋକିବା, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଚାଷୀଙ୍କୁ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ସାର ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କୃଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking