30 C
Bhubaneswar
Tuesday, June 30, 2026
Homeଓଡିଶାପ୍ରିୟଙ୍କା ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ପ୍ରିୟଙ୍କା ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ଭୁବନେଶ୍ବର ଭୀମଟାଙ୍ଗୀରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ୨୦୨୧ ମସିହା ଜୁଲାଇ ମାସରେ ଭୁବନେଶ୍ୱରର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିରେ ପ୍ରିୟଙ୍କାଙ୍କୁ ବୀଭତ୍ସ ହତ୍ୟା କରିଥିଲା ପ୍ରେମିକ ଜଗନ୍ନାଥ ପ୍ରଧାନ । ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏକ ଏକତରଫା ପ୍ରେମକୁ ନେଇ ପୂର୍ବ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟିଥିଲା । ଏ ମାମଲାରେ କୋର୍ଟ ଏହି ଗୁରୁତ୍ୱପୂର୍ଣ ରାୟ ଶୁଣାଇଛନ୍ତି। ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ପୂର୍ବରୁ ବିବାହିତ ଥିଲେ । ନିଜ ସ୍ୱାମୀ ଏବଂ ୩ ବର୍ଷର ପୁଅ ସହ ଭୀମଟାଙ୍ଗୀରେ ରହୁଥିଲେ । ଜଗନ୍ନାଥ ପ୍ରଧାନ ନାମକ ଜଣେ ଯୁବକ ଯାହାଙ୍କ ଘର ଯାଜପୁର ଅଞ୍ଚଳରେ ସେ ପ୍ରିୟଙ୍କାଙ୍କୁ ପୂର୍ବରୁ ଜାଣିଥିଲେ ଏବଂ ତାଙ୍କୁ ଏକତରଫା ଭଲ ପାଉଥିଲେ । ଅଭିଯୁକ୍ତ ଜଗନ୍ନାଥ ହତ୍ୟାକାଣ୍ଡର ପ୍ରାୟ ୪ ଦିନ ପୂର୍ବରୁ ହିଁ ଯୋଜନା ପ୍ରସ୍ତୁତ କରିଥିଲା । ଘଟଣା ଦିନ ସକାଳ ପ୍ରାୟ ୯ଟା ସମୟରେ, ଯେତେବେଳେ ପ୍ରିୟଙ୍କାଙ୍କ ସ୍ୱାମୀ ଅଫିସ ଯାଇଥିଲେ, ସେ ସୁଯୋଗ ଦେଖି ଛୁରୀ ଏବଂ ବିଷ ଧରି ପ୍ରିୟଙ୍କାଙ୍କ ଘରେ ପଶିଥିଲା । ଜଗନ୍ନାଥ ପ୍ରିୟଙ୍କାଙ୍କୁ ନିଜ ସହ ଫେରାର ହୋଇଯିବାକୁ ଏବଂ ବିବାହ କରିବାକୁ ବାଧ୍ୟ କରିଥିଲା କିନ୍ତୁ ପ୍ରିୟଙ୍କା ସଫା ସଫା ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଓ ଧସ୍ତାଧସ୍ତି ହୋଇଥିଲା । ରାଗ ଜର୍ଜରିତ ହୋଇ ଜଗନ୍ନାଥ ଛୁରୀରେ ପ୍ରିୟଙ୍କାଙ୍କ ବେକ କାଟି ନିର୍ମମ ଭାବେ ହତ୍ୟା କରିଥିଲା । ସେହି ସମୟରେ ପ୍ରିୟଙ୍କାଙ୍କ ୩ ବର୍ଷର ପୁଅ ଘର ଭିତରେ ଶୋଇଥିବାରୁ ବଞ୍ଚି ଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking