24.1 C
Bhubaneswar
Wednesday, November 11, 2026
Homeଓଡିଶାବାତ୍ୟା ‘ଅର୍ଣ୍ଣବ’ ଏବଂ ବନ୍ୟା କ୍ଷୟକ୍ଷତି: ୬ଟି ଜିଲ୍ଲାର ପୁନରୁଦ୍ଧାର ପାଇଁ ପଞ୍ଚାୟତିରାଜ ଓ ପାନୀୟ...

ବାତ୍ୟା ‘ଅର୍ଣ୍ଣବ’ ଏବଂ ବନ୍ୟା କ୍ଷୟକ୍ଷତି: ୬ଟି ଜିଲ୍ଲାର ପୁନରୁଦ୍ଧାର ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୪୮୨.୪୨ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡ଼ିକର ତ୍ୱରିତ ପୁନରୁଦ୍ଧାର ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କୁ ଅର୍ଥ ମଞ୍ଜୁର କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଡିଆର୍‌ଏଫ୍‌) ପାଣ୍ଠିରୁ ବିଭିନ୍ନ କ୍ଷତିଗ୍ରସ୍ତ ପ୍ରକଳ୍ପର ମରାମତି ଏବଂ ପୁନର୍ନିର୍ମାଣ ନିମନ୍ତେ ମୋଟ୍ ୪୮୨ କୋଟି ୪୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ପ୍ରଳୟଙ୍କରୀ ବାତ୍ୟା ଓ ବନ୍ୟା ଯୋଗୁଁ ରାଜ୍ୟର ମୋଟ ୬ଟି ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ପ୍ରକଳ୍ପ ପାଇଁ ସର୍ବାଧିକ ୩୦୬ କୋଟି ୫୪ ଲକ୍ଷ ଟଙ୍କା ,ଗଜପତି ଜିଲ୍ଲାରେ ୧୦୯ କୋଟି ୯୭ ଲକ୍ଷ, କନ୍ଧମାଳରେ ୪୨ କୋଟି ୫୭ ଲକ୍ଷ, ନୂଆପଡ଼ାରେ ୧୫ କୋଟି ୮ ଲକ୍ଷ, ନବରଙ୍ଗପୁରରେ ୭ କୋଟି ୭୮ ଲକ୍ଷ ଏବଂ ରାୟଗଡ଼ାରେ ୯୭ ଲକ୍ଷ ୬୦ ହଜାର ଟଙ୍କାର କ୍ଷୟକ୍ଷତି ପାଇଁ ଅର୍ଥ ଅନୁମୋଦନ କରାଯାଇଛି। ପ୍ରାକୃତିକ ଦୁର୍ବିପାକ ଯୋଗୁଁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷତି ଘଟିଛି। ବିଶେଷ କରି ବିଦ୍ୟାଳୟ କୋଠା, କମ୍ୟୁନିଟି ହଲ୍‌, ପଞ୍ଚାୟତ ଘର, ଅଙ୍ଗନବାଡ଼ି କେନ୍ଦ୍ର, ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ରାସ୍ତା, ପୋଲ, କଲଭର୍ଟ, ସ୍ୱାସ୍ଥ୍ୟ ଉପକେନ୍ଦ୍ର, ପାନୀୟ ଜଳ ପ୍ରକଳ୍ପ ଏବଂ ନଳକୂପ ଆଦି କ୍ଷତିଗ୍ରସ୍ତ ପାଇଁ ଅର୍ଥ ଅନୁମୋଦନ କରାଯାଇଛି। ଏହି ଆର୍ଥିକ ସହାୟତା ଦ୍ୱାରା ପ୍ରଭାବିତ ଜନସାଧାରଣଙ୍କ ମୌଳିକ ସୁବିଧା ଯଥା ପାନୀୟ ଜଳ ଯୋଗାଣ ଏବଂ ଯାତାୟାତ ବ୍ୟବସ୍ଥାକୁ ଯଥାଶୀଘ୍ର ପୂର୍ବବସ୍ଥାକୁ ଅଣାଯାଇପାରିବ ବୋଲି ପ୍ରଶାସନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking