30 C
Bhubaneswar
Tuesday, June 30, 2026
Homeଦେଶ ବିଦେଶନାଫ୍ଥା ପାଇପଲାଇନରେ ନିଆଁ ଲାଗି ୨୦ ଆହତ

ନାଫ୍ଥା ପାଇପଲାଇନରେ ନିଆଁ ଲାଗି ୨୦ ଆହତ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ହଳଦିଆର ଏକ ତେଲ ବିଶୋଧନାଗାରର ନାଫ୍ଥା ପାଇପଲାଇନରେ ମଙ୍ଗଳବାର ସକାଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅତିକମରେ ୨୦ ଜଣ ଶ୍ରମିକ ଓ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି। ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୋର ସମୟରେ ଏହି ନିଆଁ ଲାଗିଥିଲା ବେଳେ ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋଲକାତାର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ଅଗ୍ନିଶମ ବାହିନୀର ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ସଫଳ ହୋଇଛନ୍ତି ।ହଳଦିଆ ପେଟ୍ରୋକେମିକାଲ୍ସ ଲିମିଟେଡ୍ (ଏଚପିଏଲ୍) ପକ୍ଷରୁ ଏହି ଅଘଟଣକୁ ସ୍ୱୀକାର କରାଯାଇଛି। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ପ୍ଲାଣ୍ଟ ପରିସରରେ ବେଆଇନ ଭାବେ ନାଫ୍ଥା ଚୋରି କରାଯାଉଥିବା ଏକ ସ୍ଥାନ ନିକଟରେ ହିଁ ଏହି ଅଗ୍ନିକାଣ୍ଡ ଘଟିଛି। ‘ନାଫ୍ଥା’ ଏକ ଅତ୍ୟନ୍ତ ଦାହ୍ୟ ଏବଂ ସହଜରେ ନିଆଁ ଧରୁଥିବା ହାଇଡ୍ରୋକାର୍ବନ ହୋଇଥିବାରୁ, ଏହାର ବେଆଇନ ବ୍ୟବହାର କିମ୍ବା ଚୋରି ନକରିବା ପାଇଁ କମ୍ପାନି ସ୍ଥାନୀୟ ଲୋକଙ୍କୁ ସବୁବେଳେ ସତର୍କ କରାଇ ଆସୁଥିଲା। ତେବେ ଘଟଣାର ପ୍ରକୃତ କାରଣ କଣ, ସେ ନେଇ ଏତେ ଶୀଘ୍ର ସ୍ପଷ୍ଟ କହିବା ସମ୍ଭବ ନୁହେଁ ବୋଲି ଏଚପିଏଲ୍ ପ୍ରକାଶ କରିଛି। ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମ୍ପୃକ୍ତ ସରକାରୀ କର୍ତ୍ତୃପକ୍ଷ ଓ ତଦନ୍ତକାରୀ ସଂସ୍ଥାକୁ କମ୍ପାନୀ ସମ୍ପୂର୍ଣ୍ଣ ସହଯୋଗ କରୁଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଏବଂ ସଠିକ୍ ତଥ୍ୟ ମିଳିବା ପରେ ସବିଶେଷ ବିବରଣୀ ଦିଆଯିବ ବୋଲି କମ୍ପାନି କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking