ଭୁବନେଶ୍ବର: ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ମୂଷଳ ଧାରାରେ ବର୍ଷା ହେବାରୁ ସାଧାରଣ ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି । ରାସ୍ତାଘାଟରେ ପାଣି ଜମି ଯାଇ ଯାତାୟାତ ବ୍ୟବସ୍ଥା ଧୀରଗତିରେ ଚାଲିଛି । ନିମ୍ନ ଅଞ୍ଚଳଗୁଡ଼ିକରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଲୋକମାନେ ଦୈନନ୍ଦିନ କାର୍ଯ୍ୟରେ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ପୁରୀରେ ମଧ୍ୟ ପ୍ରବଳ ବର୍ଷାର ପ୍ରଭାବ ଦେଖାଯାଇଛି । ବଡ଼ଦାଣ୍ଡ ରାସ୍ତା ପାଣିରେ ଭାସିଯାଇଥିବାରୁ ଯାତ୍ରୀ ଓ ଭକ୍ତମାନେ ଅସୁବିଧାରେ ପଡ଼ିଛନ୍ତି । ମୌସୁମି ସକ୍ରିୟ ଥିବାରୁ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆଉ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ମିଳିଛି । ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।










