କଟକ: କଟକ ଜିଲ୍ଲା ମଙ୍ଗୁଳି ଅଞ୍ଚଳରେ ରେଲଓ୍ବେ ଓଭରବ୍ରିଜ୍ରେ ଝୁଲିଥିବା ଅବସ୍ଥାରେ ଏକ ଅଜଣା ମୃତଦେହ ଠାବ ହୋଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ସ୍ଥାନୀୟ ଲୋକେ ସକାଳେ ଓଭରବ୍ରିଜ୍ରେ ଏକ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ମୃତଦେହର ମୁହଁ ବିକୃତ ଥିବାରୁ ଏପର୍ଯ୍ୟନ୍ତ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ଟାଙ୍ଗୀ ପୁଲିସ ଓ ଜିଆରପି ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ଘଟଣା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ୍ ମୃତଦେହର ପରିଚୟ ଚିହ୍ନଟ କରିବା ସହ ଘଟଣାର ସମସ୍ତ ଦିଗ ଉପରେ ତଦନ୍ତ ଜାରି ରଖିଛି ।










