32.7 C
Bhubaneswar
Friday, June 26, 2026
Homeଓଡିଶାବଜ୍ରପାତରେ ବଡ଼ଭାଇ ମୃତ: ସାନ ଭାଇ ଗୁରୁତର

ବଜ୍ରପାତରେ ବଡ଼ଭାଇ ମୃତ: ସାନ ଭାଇ ଗୁରୁତର

ଗଜପତି : ଗଜପତି ଜିଲ୍ଲାର ଆର୍. ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତର କଟାମା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପଞ୍ଚାୟତରୁ ରାସନ ଚାଉଳ ଆଣିବାକୁ ଯାଇଥିବା ଦୁଇ ଭାଇ ବଜ୍ରାଘାତର ଶିକାର ହୋଇଥିଲେ। ଏଥିରେ ବଡ଼ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ସାନ ଭାଇ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜିରାଜ ରଇତ (୩୫)। ଗୁରୁତର ଆହତ ସାନ ଭାଇ ମୋଜେସ ରଇତ (୨୦)ଙ୍କୁ ପ୍ରଥମେ ଉଦ୍ଧାର କରି ଆର୍. ଉଦୟଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।  ସୂଚନା ଅନୁସାରେ କଟାମା ଗାଁର ଜିରାଜ ରଇତ ଏବଂ ତାଙ୍କର ସାନଭାଇ ମୋଜେସ ରଇତ ଆଜି ପୂର୍ବାହ୍‌ ସମୟରେ ଅନୁଗୁର ପଞ୍ଚାୟତ କାର୍ଯ୍ୟାଳୟକୁ ରାସନ ଚାଉଳ ଆଣିବାକୁ ଯାଇଥିଲେ। ଦୁଇଭାଇ ବାଟରେ ବଜ୍ରପାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ଜିରାଜଙ୍କର ମୃତ୍ୟୁ ଘଟିଥିଲା।  ଅନ୍ୟପକ୍ଷରେ ଜିରାଜ ରଇତଙ୍କୁ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅକାଳ ମୃତ୍ୟୁ ଘଟଣାରେ କଟାମା ଗାଁରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking