32.6 C
Bhubaneswar
Saturday, June 27, 2026
Homeଓଡିଶାଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି: ହେବ ଚାର ବନ୍ଧା କାର୍ଯ୍ୟ

ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି: ହେବ ଚାର ବନ୍ଧା କାର୍ଯ୍ୟ

ପୁରୀ : ଆଉ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା । ଆଜିଠୁ ଆରମ୍ଭ ହେବ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ । ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ହୋଇଥିବା ବେଳେ ବଡ଼ସିଂହାର ବେଶ ପରେ ଭୋଗ ହୋଇ ପହୁଡ଼ ଆଳତି ହେବ । ତା’ପରେ  ଶ୍ରୀମୁଖ ଖଣ୍ଡୁଆ ଓ ବାହୁଟ କଣ୍ଟ ସରିବା ପରେ ହେବ ଚାର ବନ୍ଧା କାର୍ଯ୍ୟ। ଆସନ୍ତାକାଲି ସଅଳ ସଅଳ ସେନାପଟା ଲାଗି ନୀତି କରାଯିବ । ପରମ୍ପରା ଅନୁଯାୟୀ ଆଜି ଜ୍ୟେଷ୍ଠ ଶୁଳ୍କ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି । ସମସ୍ତ ଦଇତାପତି ଗୋଷ୍ଠୀଗତଭାବେ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି  । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସେବକ ହେଉଛନ୍ତି ଦଇତାପତି । ନୀଳମାଧବଙ୍କୁ ପୁଜାକରୁଥିବା ବିଶ୍ବାବସୁଙ୍କ ବଂଶଧର ଭାବେ ଦଇତାପତିଙ୍କୁ ଦିଆଯାଇଛି ଶ୍ରୀମନ୍ଦିରରେ ଗୁପ୍ତସେବା  । ଆଜି ବଡ ସିଂହାର ବେଶ ସରିବା ପରେ ଭୋଗ ଆଉ ତା ପରେ ପହୁଡ ଆଳତୀ ହେବ । ତା ପରେ ଶ୍ରୀମୁଖ ଖଣ୍ଡୁଆ ପରେ ବାହୁଟ କଣ୍ଟ କରାଯିବ  । ପର ପରେ କୋଠ ସୁଆଁସିଆ ରତ୍ନ ସିଂହାସନରେ ଚାରବାନ୍ଧିବା ପାଇଁ ପ୍ରବେଶ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking