32.7 C
Bhubaneswar
Friday, June 26, 2026
Homeଓଡିଶାଭୟଙ୍କର ବଜ୍ରପାତ ବି ଅଟକାଇ ପାରିଲାନି କର୍ତ୍ତବ୍ୟର ପଥ

ଭୟଙ୍କର ବଜ୍ରପାତ ବି ଅଟକାଇ ପାରିଲାନି କର୍ତ୍ତବ୍ୟର ପଥ

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍‌ଓ ପ୍ରମିଳା ଓଝା । ପ୍ରମିଳା ଓଝା ଙ୍କ ଏହି ଅନନ୍ୟ ନିଷ୍ଠା କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରଶଂସା ଭୁବନେଶ୍ୱର: କର୍ତ୍ତବ୍ୟ ପ୍ରତି ଅନନ୍ୟ ନିଷ୍ଠା ଓ ଦାୟିତ୍ୱବୋଧର ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୧୮୭ର ବୁଥ ସ୍ତରୀୟ ଅଧିକାରୀ ଶ୍ରୀମତୀ ପ୍ରମିଳା ଓଝା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ସମୟରେ ସେ ନିଜର ଦେଶଭକ୍ତି ଓ ସେବା ମନୋଭାବର ପରିଚୟ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ବନ୍ଧୀୟ କ୍ଷେତ୍ର ପରିଦର୍ଶନ (ଫିଲ୍ଡ ଭିଜିଟ୍) ସମୟରେ ହଠାତ ତାଙ୍କ ଉପରେ ଏକ ଭୟଙ୍କର ବଜ୍ରପାତ ହୋଇଥିଲା। ଏହି ବଜ୍ରପାତରେ ପ୍ରମିଳା ଓଝା ଏବଂ ତାଙ୍କ ଝିଅ ଗୁରୁତର ଭାବେ ଆହତ ହୋଇଥିଲେ। ଏଥିସହିତ ତାଙ୍କର ମୋବାଇଲ୍ ଫୋନ୍‌ଟି ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା।

ଏଭଳି ଏକ ଭୟଙ୍କର ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ପଡ଼ିଥିଲା। ଆଶ୍ଚର୍ଯ୍ୟର କଥା ଏହା ଯେ, ସେ ମେଡିକାଲ୍‌ରୁ ସୁସ୍ଥ ହୋଇ ଫେରିବା ମାତ୍ରେ ନିଜ ଶରୀରର କଷ୍ଟକୁ ଭୁଲି ପୁଣି କାମରେ ଲାଗିପଡ଼ିଥିଲେ। ସେ ନିଜ ଦାୟିତ୍ୱରେ ଥିବା ସମସ୍ତ ପରିଗଣନା ଫର୍ମର ୧୦୦% ଡିଜିଟାଇଜେସନ କାର୍ଯ୍ୟକୁ ସଫଳତାର ସହ ସମୟ ଅବଧି ପୂର୍ବରୁ ଶେଷ କରିଛନ୍ତି। ତାଙ୍କର ଏହି ଅତୁଳନୀୟ ତ୍ୟାଗ ଓ ଦାୟିତ୍ୱବୋଧକୁ ସମ୍ମାନ ଜଣାଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି।କେନ୍ଦ୍ରାପଡ଼ା ଉପ-ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜିକରଣ ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ନାଏକ ପ୍ରଶାସନ ତରଫରୁ ତାଙ୍କୁ ପ୍ରଶଂସା କରିବା ସହିତ ସହାୟତା ଓ ପ୍ରୋତ୍ସାହନ ସ୍ଵରୂପ ଏକ ନୂଆ ମୋବାଇଲ୍ ଫୋନ୍ ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ପ୍ରମିଳା ଓଝାଙ୍କର ଏହି ନିଷ୍ଠା ଆଜିର ସମାଜରେ ଜନସେବାର ପ୍ରକୃତ ମନୋଭାବ ବା ଆଦର୍ଶକୁ ପ୍ରତିଫଳିତ କରୁଛି, ଯାହା ଅନ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରେରଣାର ଉତ୍ସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking