37.8 C
Bhubaneswar
Wednesday, June 24, 2026
Homeଓଡିଶାପୋଖରୀରେ ବୁଡ଼ି ଯୁବତୀ ମୃତ

ପୋଖରୀରେ ବୁଡ଼ି ଯୁବତୀ ମୃତ

ଦେବଗଡ଼: ଦେବଗଡ଼ ଥାନା କାଲକାଠ ଗ୍ରାମର ଥିବା  ପୋଖରୀରୁ ଆଜି ସକାଳେ ଶବ ଉଦ୍ଧାର ହୋଇଛି। ମୃତା ଯୁବତୀ ସେହି ଗାଁର ଖାଡିକର ପ୍ରଧାନଙ୍କ ଝିଅ ଦୀପାଳି(୨୫)। ସୂଚନା ଅନୁଯାୟୀ,ଦୀପାଳି ଗତକାଲି ସକାଳେ ପୋଖରୀକୁ ଗାଧୋଇବାକୁ ଆସି ଘରକୁ ଫେରିନଥିଲେ।ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।ଏ ନେଇ ଦେବଗଡ଼ ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ। ତେବେ ଆଜି ସକାଳେ ପୋଖରୀରେ ଶବ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ପରିବାର ଲୋକ ପୁଲିସକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର କରିଥିଲେ।ପୁଲିସ ଶବ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking