30 C
Bhubaneswar
Tuesday, June 30, 2026
Homeଓଡିଶାମୌସୁମୀ ବର୍ଷାରେ ଭିଜିଲା ଚାଷ ଜମି

ମୌସୁମୀ ବର୍ଷାରେ ଭିଜିଲା ଚାଷ ଜମି

ଭୁବନେଶ୍ୱର : ଚାଷୀ କୂଳ ପାଇଁ ଖୁସି ଖବର । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ରାଜ୍ୟରେ ମୌସୁମୀ ବର୍ଷାର ଆଗମନ ହୋଇଛି । ଆକାଶରୁ ବର୍ଷା ବିନ୍ଦୁ ଝରିବା ପରେ ଏବେ ଖାଲି ପଡ଼ିଥିବା ଚାଷ ଜମିରେ ପାଣି ଦେଖିବାକୁ ମିଳିଛି । ଯାହା ଖରିଫ୍ ଋତୁ ଧାନଚାଷ ପାଇଁ ଅଣ୍ଟା ଭିଡ଼ିଥିବା ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି ।ସାଧାରଣତଃ ଓଡ଼ିଶାରେ ରଜ ପର୍ବଠାରୁ ଚାଷୀମାନେ ନିଜର ଚାଷ କାର୍ଯ୍ୟ ଅନୁକୂଳ କରିଥାନ୍ତି । ତଳି ଘେରା ପ୍ରସ୍ତୁତି ପାଇଁ ଏହା ଉପଯୁକ୍ତ ସମୟ । କିନ୍ତୁ ଚଳିତ ବର୍ଷ ବର୍ଷାର ଅଭାବ ଯୋଗୁଁ ଚାଷ କାର୍ଯ୍ୟ ଯଥେଷ୍ଟ ବିଳମ୍ବ ହୋଇଥିଲା । ବର୍ଷା ନହେବାରୁ ଚାଷୀମାନେ ଚିନ୍ତାରେ ଥିଲେ ଏବଂ ଚାଷ ଜମି ଫାଟି ଆଁ କରିଥିଲା ।ଗତକାଲି ରାତିରୁ ଆରମ୍ଭ ହୋଇଥିବା ବର୍ଷା ଚାଷୀଙ୍କ ପାଇଁ ବରଦାନ ସଦୃଶ ହୋଇଛି । ଲଗାତାର ବର୍ଷା ଯୋଗୁଁ ଚାଷ କ୍ଷେତରେ ପାଣି ଜମିବା ଆରମ୍ଭ ହୋଇଛି । ଏହି ପାଣି ଖରିଫ୍ ଧାନଚାଷ ପାଇଁ ତଳି ଘେରା ପ୍ରସ୍ତୁତିର ପ୍ରାରମ୍ଭିକ କାର୍ଯ୍ୟରେ ବହୁତ ସହାୟକ ହେବ। ଚାଷୀମାନେ ଏବେ ହଳ ଲଙ୍ଗଳ ଧରି କ୍ଷେତକୁ ବାହାରିବା ସହ ବିହନ ବୁଣା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।ବର୍ଷା ହେବା ପରେ ଚାଷୀ ମହଲରେ ଏକ ପ୍ରକାର ଉତ୍ସାହ ଓ ଖୁସିର ମାହୋଲ ଦେଖିବାକୁ ମିଳିଛି । ଚାଷୀଙ୍କ କହିବା କଥା ଯେ, ବିଳମ୍ବରେ ହେଲେ ମଧ୍ୟ ବର୍ଷା ହୋଇଥିବାରୁ ଏବେ ସେମାନେ ଠିକ୍ ସମୟରେ ଧାନ ତଳି ପକାଇ ପାରିବେ । ଆଗକୁ ଭଲ ବର୍ଷା ହେଲେ ଚଳିତ ବର୍ଷ ଖରିଫ୍ ଚାଷ ଭଲ ହେବ ବୋଲି ଆଶା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking