30 C
Bhubaneswar
Tuesday, June 30, 2026
Homeଓଡିଶାଭୀମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭୀମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ସମ୍ବଲପୁର ବୁର୍ଲା ଭୀମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଦୁଇ ଅଧିକାରୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକାସାଙ୍ଗେ ଚଢାଉ ଜାରି ରଖିଛି ଭିଜିଲାନ୍ସ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍। ବୁର୍ଲା ଭିମସାରର ସୁପରିଟେଣ୍ଡେଣ୍ଟ ଅଶ୍ୱିନୀ ମେହେର ଓ ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଧର ବିଶ୍ୱାଳଙ୍କ ଘରେ ରେଡ୍ ହୋଇଛି। ଅଶ୍ୱିନୀ ମେହେରଙ୍କ ୫ଟି ଓ ଧନୁର୍ଧର ବିଶ୍ୱାଳଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଧନୁର୍ଧର ବିଶ୍ୱାଳଙ୍କ ୪ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସମ୍ଵଲପୁର ସ୍ଥିତ ଦୁଇ ମହଲା ଘର, ଗୁଡେସିଙ୍ଗା ସ୍ଥିତ ଘର, ଭିମସାର ସ୍ଥିତ ସରକାରୀ ବାସଭବନ ଓ ଅଫିସ୍ ଚାମ୍ଵରରେ ରେଡ୍ ଚାଲିଛି। ସେହିପରି ଅଶ୍ୱିନୀ ମେହେରଙ୍କ ୫ଟି ସ୍ଥାନରେ ରେଡ୍ ହୋଇଛି।ତେବେ ଏହି ଚଢ଼ାଉରେ ୫ ଜଣ DSP, ୫ ଜଣ ଇନ୍ସପେକ୍ଟର, ୩ ASI ସାମିଲ ଅଛନ୍ତି। ଭିମସାର ସ୍ଥିତ ସରକାରୀ ବାସଭବନ, ଅଫିସ୍ ଚାମ୍ଵର, ବୁର୍ଲା ସ୍ଥିତ ୪ ମହଲା ଘର, ପଥରବନ୍ଧରେ ଥିବା ଘର, ବରଗଡ଼ ସ୍ଥିତ ଘରେ ରେଡ୍ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking