29.9 C
Bhubaneswar
Saturday, June 27, 2026
Homeଓଡିଶାମନୋଜ ପାଢୀଙ୍କ ବଦଳି ଆଦେଶକୁ କାହିଁକି ରଦ୍ଦ କଲେ -କଂଗ୍ରେସ

ମନୋଜ ପାଢୀଙ୍କ ବଦଳି ଆଦେଶକୁ କାହିଁକି ରଦ୍ଦ କଲେ -କଂଗ୍ରେସ

ଭୁବନେଶ୍ବର: ଓଡିଶା ସରକାରଙ୍କ SCERT ଦ୍ବାରା ଛପା ଯାଇଥିବା ସ୍କୁଲ ପିଲାଙ୍କ ବହିର ଭୁଲ ସଂଖ୍ୟା 2000 ରୁ ଅଧିକ ହୋଲାଣି ଖୋଦ ମୁଖ୍ଯମନ୍ତ୍ରୀ ଗଣଶିକ୍ଷା ବିଭାଗର ଏହି ବହି ଛାପିଥିବା ଭୁଲ ଏକ ଷଡଯନ୍ତ୍ର ବୋଲି କରିସାରିଛନ୍ତି ଏବଂ SCERT ବିଭାଗର ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କର ମଧ୍ୟ କାର୍ଯ୍ୟରୁ ନିଲମ୍ବିତ ହୋଇ ସାରିଛନ୍ତି କିନ୍ତୁ ଏବେ ପ୍ରଶ୍ନବାଚୀ ସୂଷ୍ଟି ହେଉଛି ଯେ, ବିଭାଗର ସଚିବ ମନୋଜ ପାଢୀ ଯାହାଙ୍କୁ SCERT ବିଭାଗର ନିର୍ଦ୍ଦେଶକ ଭାବରେ ରାଜ୍ଯସରକାର ଅତିରିକ୍ତ ଦାୟିତ୍ୱ ଦେଇଥିଲେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟକଂଗ୍ରେସର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ଭୋଦିତ କରି କହିଥିଲେ ଯେ, ଡବଲ ଇଞ୍ଜିନ ସରକାରର ମୟୁରଭଞ୍ଜର ସାଂସଦ ମୁଖ୍ଯମନ୍ତ୍ରୀ ଙ୍କୁ 2024 ମସିହାରେ ଏକ ଚିଠି ଲେଖିଥିଲେ ମନୋଜ ପାଢୀଙ୍କ ଅଫିସରେ ଦୌରାତ୍ମ୍ଯ ଓ ସହକର୍ମୀଙ୍କୁ ଅଭଦ୍ର ଓ ଆପତ୍ତିଜନକ ଭାଷାରେ ଗାଲିଗୁଲଜ ସହିତ ବିଭାଗରେ ଭୟର ବାତାବରଣ ସୃଷ୍ଟି କରିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଭାଗରୁ ତୁରନ୍ତ SCERT ର ନିର୍ଦ୍ଦେଶକ (ଅତିରିକ୍ତ ଦାୟିତ୍ବ) ହଟାଇ ନୁଆ ନିଯୁକ୍ତି କରନ୍ତୁ ବୋଲି ଚିଠି ଲେଖିଥିଲେ ଆହୁରି ମଧ୍ୟ ବିଜେପି ଦଳର ୯ଜଣ ରୁ ଅଧିକ ବିଧାୟକ ମୁଖ୍ଯମନ୍ତ୍ରୀଙ୍କୁ ମନୋଜ ପାଢୀ ସହକର୍ମୀଙ୍କୁ କରୁଥିବା ଦୁର୍ବ୍ଯବହାରକୁ ନେଇ ଆଉ ଏକ ଚିଠି ମଧ୍ୟ ଲେଖିଥିଲେ ସେ ଚିଠିରେ ବିଧାୟକ ମାନେ ମନୋଜ ପାଢୀ ଯେଉଁ ଆପତ୍ତିଜନକ ଶବ୍ଦ କହିଛନ୍ତି ତାହା ମଧ୍ୟ ସେ ଚିଠିରେ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ଗଣ ଶିକ୍ଷା ବିଭାଗ ଓ ତାଙ୍କ ଅତିରିକ୍ତ ଦାୟିତ୍ବରୁ ବଦଳି କରିଥିଲେ। କିନ୍ତୁ ବଦଳି କରିବାର 26 ଦିନ ଭିତରେ ତାଙ୍କୁ କାହା ନିର୍ଦ୍ଦେଶରେ ମୁଖ୍ଯମନ୍ତ୍ରୀ ପୁଣିଥରେ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସହିତ SCERT ର ନିର୍ଦ୍ଦେଶକ ପଦବୀରେ ରଖିଲେ ଏହା ପଛରେ କାରଣ କଣ ବୋଲି କଂଗ୍ରେସ ଦଳ ପ୍ରଶ୍ନ କରିଛି l କଂଗ୍ରେସ ପ୍ରଶ୍ନ କରିଛି ମନୋଜ ପାଢୀଙ୍କ ବିନା ଗଣ ଶିକ୍ଷା ବିଭାଗ ଓ SCERT ଚାଲି ପାରୁନଥିଲା କି ନା ସେ ବ୍ଯକ୍ତି ମୁଖ୍ୟମନ୍ତ୍ରୀଙ୍କଠୁ ମଧ୍ୟ ଅଧିକ ଶକ୍ତିଶାଳୀ କି। ଯେଉଁଥିପାଇଁ ତାଙ୍କୁ ବଦଳୀର ୨୬ ଦିନ ପରେ ପୁଣି ଥରେ ଅବସ୍ଥାପିତ କରାଗଲା। ମୁଖ୍ଯମନ୍ତ୍ରୀ କାହା ଚାପରେ ନିଜ ନିଷ୍ପତ୍ତି ବଦଳାଇବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ବହି ମୁଦ୍ରଣରେ ଯେଉଁ ବିଭ୍ରାଟ ଦେଖା ଯାଇଛି ସେଥିରେ କେବଳ ମନୋଜ ପାଢୀଙ୍କୁ ଉତ୍ତରଦାୟିତ୍ବ କରାଯାଇ ନପାରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଦାୟିତ୍ବ ଗଲା କୁଆଡେ । ନିଜ ବିଭାଗରେ ଯେଉଁ ବହି ଛାପିବାର ବିଭ୍ରାଟ ହେଲା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ ଯେଉଁ ଦାୟିତ୍ବହୀନ ମନ୍ତବ୍ୟ ଦେଲେ ଏଥିରୁ ତାଙ୍କ ଯୋଗ୍ଯତା ସ୍ପଷ୍ଟ ଭାବେ ଅନୁମେୟ କିନ୍ତୁ ମୁଖ୍ଯମନ୍ତ୍ରୀ କାଳ ବିଳମ୍ବ ନକରି ବିଭାଗୀୟ ମନ୍ତ୍ରୀଙ୍କୁ ଇସ୍ତଫା ଦେବାପାଇଁ ନିର୍ଦ୍ଦେଶ ଦିଅନ୍ତୁ। ବିଭାଗୀୟ ସଚିବ ଏ ମହାବିଭ୍ରାଟର ମୁଖ୍ଯ ନାୟକ ରାଜ୍ଯର 200 କୋଟି ଟଙ୍କା ଭୁଲ ମୁଦ୍ରଣରୁ ପାଣିରେ ପଡିଲା ଏ ସମସ୍ତ ପଇସା ଯେଉଁ ମାନେ ବହିର ମୁଦ୍ରଣ ଦାୟିତ୍ବରେ ଥିଲେ ଏପରିକି ବିଭାଗୀୟ ସଚିବଙ୍କ ଦରମାରୁ ଏହା ଭରଣା କରାଯାଉ। ଓଡ଼ିଶାର ଗରିବ ଲୋକଙ୍କ କର ପଇସାକୁ ପାଣିରେ ପକା ନଯାଉ ବିଜେପି l ସରକାରରେ ଉତ୍ତର ଦାୟିତ୍ବ ବୋଲି ଏକ ଶବ୍ଦ ଦେଖିବାକୁ ମିଳୁନାହିଁ। ଏହି ଶିକ୍ଷା ବର୍ଷରେ ପିଲାମାନେ ପାଠ ପଢିବା ପାଇଁ ନିର୍ଭୁଲ ବହି ପାଇବେ ନା ନାହିଁ ଏହା ମଧ୍ୟ ଘୋର ସନ୍ଦେହରେ। ନିଜ ଦଳରେ ଥିବା ବିବାଦ ଓ କ୍ଷମତା କନ୍ଦଳ ଯୋଗୁଁ ରାଜ୍ଯରେ ଲକ୍ଷ ଲକ୍ଷ ସ୍କୁଲ ଛାତ୍ର ଛାତ୍ରୀମାନଙ୍କୁ ଭବିଷ୍ୟତ ସହିତ ଯେଉଁ ଖେଳ ଖେଳାଯାଉଛି ତାହାକୁ ରାଜ୍ଯ କଂଗ୍ରେସ ନିନ୍ଦା କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସିର ଅନ୍ୟତମ ମୁଖପାତ୍ର ଆଇନଜୀବୀ ଜୟଶ୍ରୀ ପାତ୍ର ମଧ୍ୟ ଉପସ୍ଥିତ ରହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking