36.7 C
Bhubaneswar
Wednesday, June 17, 2026
Homeଓଡିଶାଚନ୍ଦ୍ରିକାଙ୍କ ଘରେ ବାରଙ୍ଗ ପୋଲିସ

ଚନ୍ଦ୍ରିକାଙ୍କ ଘରେ ବାରଙ୍ଗ ପୋଲିସ

ଉଦଳା : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ଘରେ ପହଞ୍ଚିଲା ବାରଙ୍ଗ ପୋଲିସ । ବାରଙ୍ଗ ପୋଲିସର ୪ ଜଣିଆ ଟିମ୍ ଚନ୍ଦ୍ରିକାଙ୍କ ଘରେ ପହଞ୍ଚିଛନ୍ତି । ରବିବାର ରାତିରେ ବାରଙ୍ଗ ପୋଲିସ ଟିମ ପହଞ୍ଚି କିଛି ସମୟ ପରିବାର ଲୋକଙ୍କୁ ପଚରାଉଚରା କରି ଯାଇଥିବା ବେଳେ ସୋମବାର ପୁଣି ବାରଙ୍ଗ ପୋଲିସ ଆସି ଚନ୍ଦ୍ରିକାଙ୍କ ଘରେ ପଚରାଉଚରା କରିଛି । ଚନ୍ଦ୍ରିକା ମୃତ୍ୟୁ ଘଟଣାର ବିଭିନ୍ନ ଦିଗ ଉପରେ ପଚରା ଉଚରା କରିଛି । ବିଶେଷକରି ଚନ୍ଦ୍ରିକା ଏବଂ ଭୀମସେନ ମଧ୍ୟରେ ସମ୍ପର୍କ, ସେମାନଙ୍କ ସମ୍ପର୍କ ମଧ୍ୟରେ ଆଉ ଜଣଙ୍କ ଏଣ୍ଟ୍ରି, ଏଭଳି ତମାମ ଦିଗ ଉପରେ ପଚରାଉଚରା କରିଛନ୍ତି ।ରବିବାର ରାତିରେ ଚନ୍ଦ୍ରିକାଙ୍କ ମାଆ ଏବଂ ବାପାଙ୍କୁ କିଛି ପଚରା ଉଚରା କରିଥିବା ବେଳେ ଆଜି ଚନ୍ଦ୍ରିକାଙ୍କ ଭାଇ ଏବଂ ଅନ୍ୟ ପରିବାର ସଦସ୍ୟଙ୍କୁ ପଚରା ଉଚରା କରୁଛନ୍ତି । ଏହା ସହିତ ଘଟଣାରେ ସମ୍ପୃକ୍ତି ଥିବା ଅନେକ ତଥ୍ୟ ସଂଗ୍ରହ କରିବା ସହିତ କଲ୍ ରେକର୍ଡ, କାଗଜପତ୍ର, ମୋବାଇଲ ଚାର୍ଟ ଆଦିକୁ ଯାଞ୍ଚ କରିଛି ପୋଲିସ । ତେବେ ତମାମ ତଥ୍ୟ ନେଇ ବାରଙ୍ଗ ପୋଲିସ ତଦନ୍ତକୁ ଆଗକୁ ବଢ଼ାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking