ବୌଦ୍ଧ: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ପାଣି ଟ୍ୟାଙ୍କରରୁ ପୁଳା ପୁଳା ଗଞ୍ଜେଇ ଜବତ । ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଅଧିକ ଟଙ୍କା ବୋଲି ଆଶା କରାଯାଉଛି । କିନ୍ତୁ ଗଞ୍ଜେଇ ଚୋରା ଚାଲାଣ ପୁରା ଫ୍ଲପ କରିଦେଲା ପୋଲିସ । ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଲାନି ଚୋର । ଫେଲ ମାରିଥିଲା ଗଞ୍ଜେଇ ଚୋରା ଚାଲାଣ । ବଡ କଥା ହେଉଛି ଗଞ୍ଜେଇ ଚାଲାଣ ବେଲେ ପୋଲିସ ହାବୁଡରେ ଫସିଯାଇଛି ଚୋର । ତେବେ ଚୋରକୁ ଧରି ଏହାର ଚେର କେଉଁଆଡେ ଯାଏଁ ଲମ୍ବିଛି ତଦନ୍ତ ଆରମ୍ଭ କରୁଛି ବୌଦ୍ଧ ପୋଲିସ । ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ଏକ ପାଣି ଟ୍ୟାଙ୍କରରୁ ଗଞ୍ଜେଇ ଭର୍ତ୍ତି ହୋଇ ଚାଲାଣ ହେଉଥିବା ବେଳେ ଚୋରକୁ ଧରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇବା ପରେ ଟିକରାପଡା ଛକରେ ଟ୍ୟାଙ୍କରକୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଆଉ ଯାଞ୍ଚ ବେଳେ ଟ୍ୟାଙ୍କର ଭିତରୁ ୫ କୁଇଣ୍ଟାଲ ୧୦ କେଜିର ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଅଧିକ ଟଙ୍କା ବୋଲି କୁହାଯାଉଛି । ପୋଲିସ ଡ୍ରାଇଭରକୁ ଅଟକ ରଖିଛି । ମାଜିଷ୍ଟ୍ରେଟଙ୍କର ଉସ୍ଥିତିରେ ଗଞ୍ଜେଇ ସବୁକୁ ଓଜନ ବି କରୁଛି । ତେବେ ଗଞ୍ଜେଇ କେଉଁଠୁ କେଉଁଠିକୁ ଚାଲାଣ କରାଯାଉଥିଲା ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।










