32.8 C
Bhubaneswar
Wednesday, June 17, 2026
Homeଓଡିଶାବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ

ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ

ଢେଙ୍କାନାଳ: ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ। ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ରଂଜାଗୋଳ ଗାଁ ତଆଁଳା ସାହିରେ ବଡ଼ ଅଘଟଣ। କରେଣ୍ଟ ଲାଗି ଦୁଇ ଯାଆଙ୍କ ଜୀବନ ଚାଲି ଯାଇଛି । ମୃତକ ହେଲେ ବିଭୁତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ ଓ ଗୌର ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ ।ଗତ ରାତିରେ ଝଡ଼ ବର୍ଷା ଯୋଗୁଁ ତାଙ୍କ ଘରର ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ତାର ଛିଣ୍ଡି ଯାଇଥିବାରୁ କରେଣ୍ଟ ଲାଗିଥିଲା । ଭୋର ସମୟରେ ସାନ ଯା’ଆ ମନୀଷା ରୋଷେଇ କରିବାକୁ ଯିବାବେଳେ ରୋଷେଇ ଘର ପାଖରେ ପଡିଥିବା ଛିଣ୍ଡା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କ ଚିତ୍କାର ଶୁଣି ବଡ଼ ଯା’ଆ ରଂଜୁ ଦେହୁରୀ ରକ୍ଷା କରିବାକୁ ଆସିଥିଲେ । ଜଣେ ଅନ୍ୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ଚାଲିଗଲା ଉଭୟଙ୍କ ଜୀବନ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ହିନ୍ଦୋଳ ଉପଖଣ୍ଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ୨ ଯାଆଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଭୋର ପ୍ରାୟ ସାଢ଼େ ୪ଟା ସମୟରେ ରଂଜାଗୋଳ ତଆଁଳା ସାହିରେ ଘଟିଛି ଏହି ଅଘଟଣ । ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking