30 C
Bhubaneswar
Wednesday, June 17, 2026
Homeଦେଶ ବିଦେଶଅଖିଳେଶ ଯାଦବଙ୍କ ଝିଅଙ୍କ ବିରୋଧରେ ସୋସିଆଲ ମିଡିଆ ଟିପ୍ପଣୀକୁ କଡ଼ା ନିନ୍ଦା କଲେ ଯୋଗୀ

ଅଖିଳେଶ ଯାଦବଙ୍କ ଝିଅଙ୍କ ବିରୋଧରେ ସୋସିଆଲ ମିଡିଆ ଟିପ୍ପଣୀକୁ କଡ଼ା ନିନ୍ଦା କଲେ ଯୋଗୀ

ନୂଆଦିଲ୍ଲୀ: ସମାଜାବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ଝିଅଙ୍କ ବିରୋଧରେ ସୋସିଆଲ ମିଡିଆରେ ଦିଆଯାଇଥିବା ଏକ ଅପମାନଜନକ ଟିପ୍ପଣୀକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ନିନ୍ଦା କରିଛନ୍ତି। ଯୋଗୀ କହିଛନ୍ତି, କୌଣସି ବି ଝିଅଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଗ୍ରହଣୀୟ ନୁହେଁ। ଉକ୍ତ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଯୋଗୀ କହିଛନ୍ତି। ଆଜମଗଡ଼ରେ ୯୫୫ କୋଟି ଟଙ୍କାର ୩୯ଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ ପରେ ଯୋଗୀ ଏଠାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ସମୟରେ ଅଖିଳେଶଙ୍କ ଝିଅଙ୍କ ବିରୋଧରେ ଟିପ୍ପଣୀକୁ କଡ଼ା ନିନ୍ଦା କରିଥିଲେ। ଯୋଗୀ କହିଥିଲେ, ‘ ନିକଟରେ ମୁଁ ଦେଖିବାକୁ ପାଇଲି ଯେ କିଛି ଲୋକ ସୋସିଆଲ ମିଡିଆରେ ଅଖିଳେଶ ଯାଦବ ଜୀଙ୍କ ଝିଅଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଛନ୍ତି।

ଏହା ମୋ ନଜରକୁ ଆସିବାପରେ ମୁଁ ତୁରନ୍ତ ଏହି ଘଟଣାରେ ଏତଲା ରୁଜୁ କରିବାପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଝିଅମାନଙ୍କୁ ଟାର୍ଗେଟ୍‌ କରିବା ଉଚିତ ନୁହେଁ ଏବଂ ସମାଜ ଝିଅମାନଙ୍କୁ ସମ୍ମାନ ଦେବା ଉଚିତ। ଝିଅ ହେଉଛି ଝିଅ। ଆମେ ଏହି ମୂଲ୍ୟବୋଧ ସହ ବଢ଼ିଛୁ ଯେ ଏକ ଗାଁରେ ଜଣେ ଝିଅ ସମସ୍ତଙ୍କର ଝିଅ ଏବଂ ଜଣେ ଭଉଣୀ ହେଉଛି ସମସ୍ତଙ୍କ ଭଉଣୀ। ଆମେ କେବେ ବି ଏଥିରେ ବିଭେଦ କରିନୁ। ସମାଜାବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କୁ କଟାକ୍ଷ କରି ଯୋଗୀ କହିଛନ୍ତି, ଅଖିଳେଶ ଜୀ, ଆପଣ ଅନ୍ୟମାନଙ୍କୁ ଉପଦେଶ ଦେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking