କେନ୍ଦ୍ରାପଡା: ବହୁ ଚର୍ଚ୍ଚିତ ମହାକାଳପଡା ବ୍ଲକ ତିଖିରି ପଞ୍ଚା ର ସରପଞ୍ଚ ଚାମେଲି ଓଝା କହିଛନ୍ତି, ମୋତେ ପୋଲିସ ବାଡେଇଛି । ସ୍ଥାନୀୟ ବିଧାୟକ ମୋତେ ମାସକୁ ଲକ୍ଷେ ଟଙ୍କା ଡିମାଣ୍ଡ କରିଛନ୍ତି । ବିଡିଓ କୁହନ୍ତି ବିଧାୟକଙ୍କ ଚିଠା ଆସିନି, କାମ ଦିଆଯିବନି । ପିସି ନ ଦେଲେ ବିଲ ହୁଏନି, ଅନ୍ୟ ସରପଞ୍ଚକୁ ପଚାରନ୍ତୁ କହିବେ । ମୋତେ ପିସି ପସନ୍ଦ କାମ ପସନ୍ଦ କହିଛନ୍ତି ଚାମେଲି ଓଝା । ତେବେ ଚାମେଲିଙ୍କ ଅଭିଯୋଗ ନେଇ ସ୍ଥାନୀୟ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନି ।










