ମାଲକାନଗିରି: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ଗ୍ରାମ ନିକଟ ନଦୀପୋଲ ଉପରୁ ଏକ ଚାଉଳ ବୋଝେଇ ଗାଡ଼ି ବୁଧବାର ଓଲଟି ପଡ଼ିବାରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚାଉଳ ନଷ୍ଟ ହେବା ସହ ଗାଡ଼ିଟି ପାଣି ଭିତରେ ପଡ଼ିରହିଛି।ତଥ୍ୟ ଅନୁଯାୟୀ, ମାଲକାନଗିରି କନକଦୁର୍ଗା ମଡର୍ଣ୍ଣ ରାଇସ୍ ମକ୍ଟଲଲରର ୫୮୦ ବସ୍ତା ଚାଉଳ ନେଇ ଜୟପୁର ଏଫ୍ସିଆଇ ଗୋଦାମକୁ ଏକ ଟ୍ରକ୍ ନଂ. ଏପି ୩୫ ଏକ୍ସ ୩୬୧୯ଯୋଗେ ଯାଉଥିବା ସମୟରେ ପାଙ୍ଗାମ ଗ୍ରାମ ନିକଟ ନଦୀ ପୋଲ ଉପରେ ଭାରସାମ୍ୟ ହରାଇ ଟ୍ରକଟି ନଦୀ ତଳକୁ ପଡ଼ି ଓଲଟି ଯାଇଥିଲା। ଚାଳକ ନିଜର ବୁଦ୍ଧି ଖଟାଇ ଗାଡ଼ିରୁ ଡେଇଁ ପଡ଼ି ଜୀବନ ବଞ୍ଚାଇଥିବାବେଳେ ଟ୍ରକ୍ରେ ଥିବା ଚାଉଳ ବସ୍ତାଗୁଡ଼ିକ ପାଣିରେ ପଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ମିଲ୍ ମାଲିକ ପି. ସାଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଖବର ପାଇ ମାଥିଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଉଁ କାରଣରୁ ଟ୍ରକ୍ଟି ନଦୀ ତଳକୁ ଖସି ପଡ଼ିଥିଲା ସେ ସମ୍ବନ୍ଧରେ ତଦନ୍ତ କରୁଥିବା ସୂଚନା ମିଳିଛି।










