37.4 C
Bhubaneswar
Saturday, June 13, 2026
Homeଓଡିଶାଆଶୁତୋଷଙ୍କ ମୃତ୍ୟୁକୁ ନେଇ ସାରାରାତି ଧାରଣା: ଏସପିଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ଆଶୁତୋଷଙ୍କ ମୃତ୍ୟୁକୁ ନେଇ ସାରାରାତି ଧାରଣା: ଏସପିଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

ବ୍ରହ୍ମପୁର: ହଟିଲା ରାସ୍ତାରୋକ, ସ୍ୱାଭାବିକ ହେଲା ଗାଡି ଚଳାଚଳ। ଓଏମଭିଡ଼ି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁକୁ ନେଇ ଗତ କାଲି ସନ୍ଧ୍ୟାରୁ ଚାଲିଥିଲା ରାସ୍ତାରୋକ। ଆଶୁତୋଷଙ୍କ ପତ୍ନୀ କନେଷ୍ଟବଳ ସନ୍ଧ୍ୟା ନାୟକ ଓ ଶାଳକଙ୍କ ଗିରଫ ଦାବିରେ ଅଡ଼ି ବସିଥିଲେ ପରିବାର ଓ ସ୍ଥାନୀୟ ଲୋକେ। ଫଳରେ ଗତକାଲି ରାତିରୁ ଅନ୍ଧପସରା ଠାରୁ ଫାଷ୍ଟଗେଟ ପର୍ୟ୍ୟନ୍ତ ରାସ୍ତାରେ ଗାଡି ଚଳାଚଳ ଠପ ହୋଇଯାଇଥିଲା। ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିଲା। ଆଜି ସକାଳେ ବ୍ରହ୍ମପୁର ଏସପି ଓ ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ସହ ଦାବି ପୂରଣ ଲାଗି ପ୍ରତିଶୃତି ଦେଇଥିଲେ। ପରେ ରାସ୍ତାରୋକ ହଟି ସ୍ଥିତି ସ୍ୱାଭାବିକ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking