ସୋନପୁର :ସୋନପୁର ଉପଜିଲ୍ଲାପାଳ ଅଂଶୁଘାତରେ ଆକ୍ରାନ୍ତ। ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ ଅଂଶୁଘାତରେ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିଶିମୁଣ୍ଡା ଜନଶୁଣାଣି ଶିବିରରେ ସାମିଲ ହୋଇଥିଲେ ଉପଜିଲ୍ଲାପାଳ। ଜନଶୁଣାଣି ଶିବିର ଚାଲିଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ। ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।










