26.1 C
Bhubaneswar
Saturday, July 4, 2026
Homeଓଡିଶାଲଗାଣ ବର୍ଷାରେ ବେହାଲ୍‌ କୋରାପୁଟ

ଲଗାଣ ବର୍ଷାରେ ବେହାଲ୍‌ କୋରାପୁଟ

କୋରାପୁଟ : ଲଘୁଚାପ ଜନିତ ଲଗାଣ ବର୍ଷାରେ କୋରାପୁଟ ବେହାଲ୍‌ । ବନଭାରତି କଲୋନୀ ଓ ଗୌତମ ନଗରରେ ଘର ଉପରେ ପଡିଛି ଗଛ ତ ଆଉ କେଉଁଠି ରାସ୍ତା ଉପରେ ପଡିଛି ଗଛ । କୋରାପୁଟ ଅଗ୍ନିଶମ ଵିଭାଗ ତରଫରୁ ରାସ୍ତା ସଫା କରାଯାଉଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ ଵିଭାଗ ପକ୍ଷରୁ ସୁଚନା ମିଳିଛି । ଅନ୍ୟ ପଟେ କୋରାପୁଟର ସମସ୍ତ ଲାଇନ ଵିଭାଗ ସବୁବେଳେ ତତ୍ପର ରହିଛନ୍ତି ଏଵଂ ପ୍ରତି ବ୍ଲକରେ ତହସିଲଦାର ଏବଂ ବିଡିଓ ସଜାଗ ରହିଛନ୍ତି । କୌଣସି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ କିଭଳି ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି । ଜିଲ୍ଲାରେ ଗତ ୨୪ ଘଣ୍ଟାରେ ମୋଟ ୩୯୧.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜିଲ୍ଲାର ଲମତାପୁଟ ରେ ସର୍ବାଧିକ ୬୮ ମିଲିମିଟର ବର୍ଷା ହୋଇଥିବା ବେଳେ କୋରାପୁଟ ସଦର ମହକୁମାରେ ୩୮.୮ ମିଟର ବର୍ଷା ହୋଇଛି । ସେହିପରି କୋଟପାଡ ରେ ୩୮ ବୋରିଗୁମ୍ମାରେ ୩୫.୬ ବୋଇପାରିଗୁଡାରେ ୩୪ ମିଟର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking