33.3 C
Bhubaneswar
Saturday, June 13, 2026
Homeଓଡିଶାରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ୧୫୦ ପ୍ଲାଟୁନ ଫୋର୍ସ ମୁତୟନ

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ୧୫୦ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ଵର:ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜୁନ ୧୯ ଓ ୨୦ ତାରିଖ ଓଡିଶା ଗସ୍ତରେ ଆସୁଛନ୍ତି।  ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ  ଆଖି ଆଗରେ ରଖି ଓଡିଶା ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟାପକ ପ୍ରସ୍ତୁତି ଆରମ୍ଭ। ଏ ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡିଆଇଜି। ସେ କହିଛନ୍ତି ଯେ,   ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ୧୫୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।  ବ୍ଲୁ- ବୁକ୍ ନିୟମ ଅନୁସାରେ କରାଯିବ ସୁରକ୍ଷା ବ୍ୟବସ୍ଥା। ଗସ୍ତ ପୂର୍ବରୁ ରାଇରଙ୍ଗପୁରରେ ଗତକାଲି ସମୀକ୍ଷା କରିଛନ୍ତି ପୋଲିସ ଡିଜି। ଆସନ୍ତା ୧୯ ଓ ୨୦ ତାରିଖରେ ରହିଛି ଗସ୍ତ କାର୍ଯ୍ୟକ୍ରମ।ଓଡ଼ିଶାରେ ବିଜେପି ନେତୃତ୍ବାଧୀନ ଡବଲ ଇଞ୍ଜିନ ସରକାରର ଦୁଇବର୍ଷ ପୂର୍ତ୍ତ ଉତ୍ସବ ଆଗାମୀ ଜୁନ ୨୦ ତାରିଖ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ପାଳିତ ହେବ। ଏହି ଅବସରରେ ରାଇରଙ୍ଗପୁର ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିମାମୟ ଉପସ୍ଥିତିରେ ବିଶାଳ ଜନସଭା ହେବ। ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍‌ଘାଟିତ ହେବ ଚାରି ପ୍ରକଳ୍ପ ଓ ଶିଳାନ୍ୟାସ ହେବ ଦୁଇ ପ୍ରକଳ୍ପ। ଏହି ଐତିହାସିକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟର ମନ୍ତ୍ରୀଗଣ, ସାଂସଦ, ବିଧାୟକ, ଦଳୀୟ ପଦାଧିକାରୀ ଉପସ୍ଥିତ ରହିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking