33.3 C
Bhubaneswar
Saturday, June 13, 2026
Homeଓଡିଶାଭିଜିଲାନ୍ସ ଜାଲରେ ମହିଳା ଏଏସଆଇ

ଭିଜିଲାନ୍ସ ଜାଲରେ ମହିଳା ଏଏସଆଇ

ଅନୁଗୋଳ : ୮ ହଜାର ଟଙ୍କା ଲାଞ୍ଚ ନେଇ ହରଡ଼ ଘଣାରେ ପୋଲିସ । ଅନୁଗୋଳ ଜିଲ୍ଲାରେ ପୁଣି ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜରପଡା ଥାନା ଏଏସଆଇ । ଜଣେ ଅଭିଯୋଗକାରୀଙ୍କ ଠାରୁ ମାମଲାର ଫାଇନାଲ ରିପୋର୍ଟ ଦେବା ପାଇଁ ଲାଞ୍ଚ ଦାବି କରିଥିବା ବେଳେ ତାଙ୍କୁ ରଙ୍ଗେହାତ ଧରିଛି ଭିଜିଲାନ୍ସ ।

ଜରପଡା ଥାନା ଏଏସଆଇ ସୀତା ନାଏକ ଏକ ମାମଲାର ଫାଇନାଲ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ବାରମ୍ବାର ଟଙ୍କା ଦେବାକୁ ଚାପ ପକାଇବା ପରେ ଅଭିଯୋଗକାରୀ ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ଅଧିକାରୀମାନେ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଅଭିଯୋଗକାରୀ ସୀତା ନାଏକଙ୍କୁ ୮ ହଜାର ଟଙ୍କା ଦେଉଥିବା ବେଳେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଏହାପରେ ଏଏସଆଇ ସୀତା ନାଏକଙ୍କୁ ରଙ୍ଗେହାତ ଧରିବା ସହ ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି ।ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ସେହିପରି ଅଭିଯୁକ୍ତ ଏଏସଆଇଙ୍କ ଚଳ ଓ ଅଚଳ ସମ୍ପତ୍ତି ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking